ସମସ୍ୟାରୁ ମୁକ୍ତି ଦେବ ମୁଙ୍ଗା ରତ୍ନ

ଜ୍ୟୋତିଷ ଶାସ୍ତ୍ର ଏବଂ ରତ୍ନ ଶାସ୍ତ୍ର ଅନୁସାରେ ୧୨ଟି ରାଶି ପାଇଁ ଅଲଗା ଅଲଗା ରତ୍ନ ରହିଛି। ପ୍ରତ୍ୟେକ ରାଶିରେ କୋୖଣସି ନା କୋୖଣସି ସମମ୍ୟା ଦେଖାଯାଇଥାଏ। ତେଣୁ ଜ୍ୟୋତିଷମାନେ ଏହି ରାଶି ଅନୁସାରେ ରତ୍ନ ଧାରଣ କରିବା ପାଇଁ କହିଥାନ୍ତି। ମାତ୍ର ମୁଙ୍ଗା ରତ୍ନ ଏକ ଜୈବିକ ରତ୍ନ। ଯାହାକୁ ଧାରଣ କଲେ ବ୍ୟକ୍ତିର ସବୁ ସମସ୍ୟାର ଦୂର ହୋଇଥାଏ। ମାତ୍ର ଏହି ରତ୍ନକୁ ନିଜ ରାଶି ଅନୁସାରେ ଧାରଣ କଲେ ଅଧିକ ଲାଭ ପ୍ରାପ୍ତ ମିଳିଥାଏ। ତେବେ ଜାଣନ୍ତୁ ମୁଙ୍ଗା ରତ୍ନ ବିଷୟରେ,
ମୁଙ୍ଗା ରତ୍ନ ଦେଖିବାକୁ ଯେମିତି ସୁନ୍ଦର ତାର ଆକାର ମଧ୍ୟ ତାଠାରୁ ଅଧିକ ସୁନ୍ଦର। କିନ୍ତୁ ଏହି ରତ୍ନ ଅଧିକ ମୁଲ୍ୟବାନ ବୋଲି କୁହାଯାଇ ନ ଥାଏ। କାରଣ ଏହି ରତ୍ନର ସୁନ୍ଦରତା ଓ ଆକର୍ଷଣ ଯୋଗୁଁ ଏହାକୁ ନବରତ୍ନ ମଧ୍ୟରେ ସାମିଲ କରାଯାଇଛି। ମୁଙ୍ଗା ରତ୍ନକୁ ଧାରଣ କଲେ ମଙ୍ଗଳ ଗ୍ରହରେ ଥିବା ସମସ୍ୟା ଦୂର ହୋଇଯାଏ। ଏହି ରତ୍ନକୁ ଧାରଣ କଲେ ରକ୍ତ ସବୁବେଳେ ଥଣ୍ଡା ରହେ। ଅସଲି ମୁଙ୍ଗା ଅନ୍ୟ ରତ୍ନଠାରୁ ସବୁଠୁ ଚିକ୍କଣ। ଏହା ଏତେ ଚିକ୍କଣ ଯେ ହାତରେ ପିନ୍ଧିଲେ ସହଜରେ ଖସି ଯାଇଥାଏ।
Powered by Froala Editor