ଶ୍ରାବଣ ମାସରେ ଏହି ଗଛ ଲଗାନ୍ତୁ, ଉଜ୍ଜ୍ୱଳ ହୋଇଥାଏ ଭଗ୍ୟ

ଶ୍ରାବଣ ମାସଟି ଅତ୍ୟନ୍ତ ପବିତ୍ର ମାସ । ଏହି ମାସଟି ଭଗବାନ ଶିବଙ୍କ ମାସ ବୋଲି କୁହାଯାଏ । ଭାଗ୍ୟଦୃଷ୍ଟି କୋଣରୁ ଶ୍ରାବଣ ମାସରେ ଏହି ଗଛ ଲଗାଇବା ଦ୍ୱାରା ପାରିବାରିକ ଶାନ୍ତି ବଢିବା ସହିତ ଭଗ୍ୟ ଉଜ୍ଜ୍ୱଳ ହୋଇଥାଏ ।
÷ଅଶ୍ୱସ୍ଥ ଗଛ: ଶ୍ରାବଣ ମାସର ଗୁରୁବାର ଦିନ ଅଶ୍ୱସ୍ଥ ଗଛ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ । କିନ୍ତୁ ଏହି ଗଛକୁ ଘରେ ଲଗାଇବା ଉଚିତ୍ ନୁହେଁ । ଏହି ଗଛକୁ ରାସ୍ତା କଡ କିମ୍ବା ପାର୍କ ଆଦି ସ୍ଥାନରେ ଲଗାନ୍ତୁ ।
ତୁଳସୀ ଗଛ: ତୁଳସୀ ଗଛର ଅନେକ ଧାର୍ମିକ ମହତ୍ୱ ରହିଛି । ଏହି ଗଛ ଘରେ ରହିବା ଦ୍ୱାରା ଜୀବନରେ ସଫଳତା, ସୁଖସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ମିଳିଥାଏ । ଏହି ଗଛକୁ ଶ୍ରାବଣ କିମ୍ବା କାର୍ତ୍ତି ମାସରେ ଲଗାଇଲେ ଶୁଭଫଳ ମିଳିଥାଏ । ପ୍ରତିଦିନ ଏହି ଗଛ ଚାରିପଟେ ବୁଲିବା ଓ ଘିଅ ଦୀପ ଜାଳିଲେ ଘରେ ସୁଖ ସମୃଦ୍ଧି ବଢିଥାଏ ।
କଦଳୀ ଗଛ: କଦଳୀ ଗଛ ଗୃହରେ ଲଗାଇବା ଦ୍ୱାରା ବୈବାହିକ ଜୀବନରେ ସମସ୍ୟା ଦୂର ହୋଇଥାଏ । କିନ୍ତୁ ଏହି ଗଛକୁ ଘର ଆଗରେ ଲଗାଇବା ଉଚିତ୍ ନୁହେଁ । ଏହି ଗଛକୁ ସର୍ବଦା ଘର ପଛରେ ଲଗାଇବା ଉଚିତ୍ । ଏହାକୁ ଶ୍ରାବଣ ମାସର ଏକାଦଶୀ କିମ୍ବା ଗୁରୁବାର ଦିନ ଲଗାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ ।
ଡାଳିମ୍ବ ଗଛ: ଶ୍ରାବଣ ମାସରେ ଘରର ସମ୍ମୁଖରେ ରାତି ସମୟରେ ଡାଳିମ୍ବ ଗଛ ଲଗାଇବା ଦ୍ୱାରା ଘରେ ନକରାତ୍ମକ ଶକ୍ତି କମ୍ ହୋଇଥାଏ ଓ କୌଣସି ତନ୍ତ୍ର-ଯନ୍ତ୍ରର ପ୍ରଭାବ ପଡିନଥାଏ ବୋଲି କୁହାଯାଏ ।
ଅଁଳା ଗଛ: ଏହି ବୃକ୍ଷକୁ ଘରର ବାମପଟେ ଲଗାଇବା ଉଚିତ୍ । ଏହାକୁ ଶ୍ରାବଣ ମାସର ଶନିବାର ଦିନ ଲଗାଇଲେ ଘର ଉପରେ ଭଲ ପ୍ରଭାବ ପଡିଥାଏ । ପ୍ରତିଦିନ ଏହି ଗଛ ମୂଳରେ ସୋରିଷ ତେଲର ଦୀପ ଜାଳିବା ଦ୍ୱାରା ଶନି ସମ୍ବନ୍ଧୀୟ କଷ୍ଟ ଦୂର ହୋଇଥାଏ । ବିଜୟା ଦଶମୀରେ ଏହି ଗଛକୁ ପୂଜା କଲେ ଧନରେ ଅଭାବ ରହିନଥାଏ ।
Powered by Froala Editor