ଶାଶୁଙ୍କୁ ଏମିତି କରନ୍ତୁ ନିଜର, ହସିବ ସୁନା ସଂସାର
![ଶାଶୁଙ୍କୁ ଏମିତି କରନ୍ତୁ ନିଜର, ହସିବ ସୁନା ସଂସାର](https://odishanewslens.com/news_gallery/4584_1628309549.jpg)
ପାରିବାରିକ ଜୀବନରେ ଖୁସି ଓ ସମୃଦ୍ଧି ପାଇଁ ଶାଶୁଙ୍କୁ ନିଜର କରିବା ଅତ୍ୟନ୍ତ ଅପରିହାର୍ଯ୍ୟ । ଯେଉଁ ଘରେ ବୋହୂ ଉପରେ ଶାଶୁ ଖୁସି ଥାଆନ୍ତି, ସେହି ଘର ହସଖୁସିରେ ଭରିଉଠେ । କାରଣ ଅଧିକାଂଶ ସମୟରେ ଶାଶୁ ଓ ବୋହୂ ମଧ୍ୟରେ କଳି ଝଗଡ଼ା ହିଁ ପାରିବାରିକ ଅଶାନ୍ତିର ମୁଖ୍ୟ କାରଣ ପାଲଟିଥାଏ ।
୧. ଶାଶୁ ସବୁବେଳେ ବୋହୂ ଠାରୁ ଯନô ଓ ନମ୍ର ବ୍ୟବହାର ଆଶା କରିଥା’ନ୍ତି । ତେଣୁ ଶାଶୁଙ୍କର ଖାଇବା ପିଇବା ଠାରୁ ନେଇ ଶରୀରର ଯନô ନେବା ଦରକାର । ବାର୍ଦ୍ଧକ୍ୟ ଯୋଗୁଁ ଶାଶୁ କି ଶ୍ୱଶୁର ଟିକେ ରାଗି ହୋଇଥା’ନ୍ତି । ତେଣୁ ସେମାନଙ୍କ କଥା ନଧରି ନମ୍ର ବ୍ୟବହାର କଲେ ସେମାନେ ଖୁସି ହୁଅନ୍ତି ।
୨. ଯଦି ବୋହୂ ଚାକିରୀଆ ହୋଇଥା’ନ୍ତି ତେବେ ଦରମା ପାଇଲେ ଖୁସିରେ ଶାଶୁଙ୍କ ହାତରେ କିଛି ଟଙ୍କା ଧରେଇ ଦିଅନ୍ତୁ । ନଚେତ ଆପଣ ଚାହିଁଲେ ତାଙ୍କର ମନପସନ୍ଦର ସାମଗ୍ରୀ ବି କିଣିପାରିବେ । ସେହିପରି ଶାଶୁଙ୍କୁ ନେଇ ନଣନ୍ଦଙ୍କ ନିମନ୍ତେ କିଛି ମାର୍କେଟିଂ କଲେ ଶାଶୁ ଖୁସି ହୋଇଥା’ନ୍ତି ।
୩. ଘରର ପର୍ବପର୍ବାଣୀ ହେଉ ଅବା ବାହାଘର ଜନ୍ମଦିନ ଭଳି ଉତ୍ସବ ହେଉ । ଶାଶୁ ଚାହାନ୍ତି, ତାଙ୍କୁ ପରିବାର ଲୋକେ ତାଙ୍କୁ ସବୁ ପଚାରି କାମ କରନ୍ତୁ । ତେଣୁ ପର୍ବପର୍ବାଣୀରେ କ’ଣ କରାଯିବ ସେନେଇ ଶାଶୁଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଯାହାଫଳରେ ଶାଶୁ ଅନୁଭବ କରିବେ ପରିବାରରେ ତାଙ୍କର ମହତ୍ୱ ରହିଛି । ଏହାଛଡ଼ା ଶାଶୁଙ୍କ ଅଭିଜ୍ଞତାରୁ ବି ବୋହୂମାନେ ଶିଖିବା ଦରକାର ।
୪. ଖାଇବାକୁ ଯିବା ପୂର୍ବରୁ ପ୍ରଥମେ ଶାଶୁ ଖାଇଛନ୍ତି କି ନାହିଁ ପଚାରି ବୁଝନ୍ତୁ । ମଝିରେ ମଝିରେ ଶାଶୁଙ୍କୁ ସାଙ୍ଗରେ ଧରି ନଣନ୍ଦଙ୍କ ଘର ଆଡେ଼ ବୁଲିଯାଆନ୍ତୁ । ଫଳରେ ବୋହୂ ତାଙ୍କ ଝିଅର ଭଲମନ୍ଦ କଥା ବୁଝୁଛି ବୋଲି ଶାଶୁ ଅନୁଭବ କରିବେ ।
୫. ବାହାରକୁ ଯଦି ଶାଶୁଙ୍କ ସହ ଯାଇଥା’ନ୍ତି, ଯଥାସମ୍ଭବ ଆଗଚଲା ନହେବାକୁ ପ୍ରୟାସ କରନ୍ତୁ । ବନ୍ଧୁବାନ୍ଧବଙ୍କ ଆଗରେ ସବୁବେଳେ ଶାଶୁଙ୍କର ପ୍ରଶଂସା କରନ୍ତୁ । ଶାଶୁଙ୍କର ମର୍ଯ୍ୟାଦା ହାନି ଭଳି କାମ କରନ୍ତୁ ନାହିଁ । ଶାଶୁଙ୍କର କିଛି ପରାମର୍ଶ ଆପଣଙ୍କୁ ଗ୍ରହଣୀୟ ଲାଗୁନଥିଲେବି ତାଙ୍କ ଆଗରେ କିଛି କୁହନ୍ତୁ ନାହିଁ ।
Powered by Froala Editor