ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ନବିନ ସୂତ୍ରଧର ଆୟୋଜିତ ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦ୍ଘାଟିତ:
ଭୁବନେଶ୍ୱର ୧୯.୦୮.୨୦୨୬:ନୂତନ ଭବିଷ୍ୟତ ନିର୍ମାଣ (ନବିନ) ର ସୂତ୍ର ଧର ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ବିଶ୍ୱ ଫଟୋ ଗ୍ରଫି ଦିବସ ପାଳନ କରାଯାଇଛି।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ମାନ୍ୟବର ରାଜସ୍ୱ ଓ ବିପର୍ଜୟ ପରିଚାଳନା ମନ୍ତ୍ରୀ ଶ୍ରଯୁକ୍ତ ସୁରେଶ ପୂଜାରୀ,ମାନ୍ୟବର ମେୟର ଭୁବନେଶ୍ୱର ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ ,ଯୁବ ନେତା ବିଜେପି,ଡ଼ଃ ଶ୍ରୁତି ମହାପାତ୍ର,ବିଶିଷ୍ଟ ସମାଜସେବୀ ,ଶ୍ରୀଯୁକ୍ତ ସୂର୍ଯ୍ୟ ଦେଓ ,ସିନେ ସାମ୍ୱାଦିକ,ଶ୍ରୀଯୁକ୍ତ ଅନିଲ ଧିର,ଇତିହାସ ଗବେଷକ ପ୍ରମୁଖ ଙ୍କ କର କମଳରେ ଶୁଭ ଉଦ୍ଘାଟିତ ହୋଇଯାଇଛି।ଏହା ପରେ ପରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ସମସ୍ତ ଅତିଥି ଗଣ ଯୋଗଦାନ କରି ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ।
ଫଟୋଗ୍ରାଫି ଏକ ସୁନ୍ଦର କଳା ତାହା କିପରି ସମୟକୁ ତାର ଅଦୃଶ୍ୟ ସିନ୍ଦୁକ ଫରୁଆରେ ବନ୍ଦି କରି ରଖିପାରେ।ଯାହା ପର ମୁହୂର୍ତ୍ତରେ ସେହି ଅନୁସାରେ ମନ କୁ ଆନ୍ଦୋଳିତ କରିଥାଏ।ତେବେ ସାଧାରଣତଃ ଫଟୋ ଟିଏ କିପରି ଏବଂ କି ବାର୍ତ୍ତା ସମାଜ କୁ ଦେବ ତାହା ଜଣେ ଫଟୋଗ୍ରାଫର ଉପରେ ନିର୍ଭର କରିଥାଏ। ଅନ୍ୟ କଳା ଭଳି ଏହି କଳା ର ରୁଚି ଆମ ଓଡ଼ିଶାରେ ନାହିଁ ।ତାକୁ ଯଦି ଆହୁରି ସମୃଦ୍ଧ କରାଯାଇ ସମାଜ କୁ ତାହା ମାଧ୍ୟମରେ ସକାରାତ୍ମକ ଦିଗଦର୍ଶନ ଦେଇ ପାରିବ ତେବେ ସମାଜର ମଙ୍ଗଳ ସାଧନ ହୋଇଥାଏ ବୋଲି ଆୟୋଜକ ଶ୍ରୀମାନ୍ ନବିନ ଲକ୍ଷ୍ମୀକାନ୍ତ ଦାସ ପ୍ରକାଶ କରିଛନ୍ତି। ଚାରି ଦିନ ଧରି ଚାଲିବାକୁ ଥିବା ଏହି ଫଟୋ ଉତ୍ସବ ରେ ସାରା ରାଜ୍ୟରୁ ବିଭିନ୍ନ ବର୍ଗର ୭୨ ଜଣ ଫଟୋ ଗ୍ରାଫର ଙ୍କ ୨୦୦ ରୁ ଉର୍ଦ୍ଧ୍ୱ ଫଟୋ ପ୍ରଦର୍ଶନୀ ରେ ସ୍ଥାନ ପାଇଛି।ଏହି ପ୍ରଦର୍ଶନୀ ଅବସରରେ ଆସନ୍ତା କାଲି ଅର୍ଥାତ ୨୦ ତାରିଖ ରେ ଏକ ଫଟୋଗ୍ରାଫି ମାଷ୍ଟର କ୍ଲାସ ମଧ୍ୟ ଅନୁଷ୍ଠିତ ହେବ।ଯେଉଁଥିରେ ଫଟୋଗ୍ରାଫି ଶିଖିବାକୁ ଥିବା ଯୁବ ଓ ଛାତ୍ର ବର୍ଗ ବିନା ଦେୟ ରେ ଅଂଶ ଗ୍ରହଣ କରି ପାରିବେ।୨୧ ତାରିଖ ରେ ଉଦଯାପନୀ ଉତ୍ସବ ସକାଳ ୧୦.୩୦ ମିନିଟ ରେ ଅନୁଷ୍ଠିତ ହେବ।ଏଣୁ ଫଟୋଗ୍ରାଫି ପ୍ରତି ରୁଚି ରଖୁଥିବା ସମସ୍ତେ ଏହି ପ୍ରଦର୍ଶନୀ କି ପରିଦର୍ଶନ କରିବାକୁ ଅନୁରୋଧ କରାଯାଉଛି।
Powered by Froala Editor