ବ୍ୟବହୃତ ମାସ୍କରେ ଗଦି ତିଆରି କରି ଗିରଫ
ବ୍ୟବହୃତ ମାସ୍କରେ ଗଦି ତିଆରି କରି ଗିରଫ ।
ମୁମ୍ବାଇ: ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ସେଠାରେ ଗଦି ବନାଉଥିବା ଏକ କମ୍ପାନୀ ମହାରାଷ୍ଟ୍ର ମ୍ୟାଟ୍ରେସ ସେଣ୍ଟର ତୁଳା ବଦଳରେ ଗଦି ତିଆରି ପାଇଁ ବ୍ୟବହାର କରୁଥିଲା ବ୍ୟବହୃତ ହୋଇସାରିଥିବା ମାସ୍କ । ବ୍ୟବହୃତ ମାସ୍କରେ ତିଆରି ଏହି ଗଦି ଗୁଡ଼ିକୁ କମ୍ପାନୀ ପକ୍ଷରୁ ବିକି୍ର କରାଯିବା ଲାଗି ଯୋଜନା ଚାଲିଥିବା ବେଳେ ଜଣେ ବ୍ୟକ୍ତି ଏ ସମ୍ପର୍କରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ସଂପର୍କରେ ଅଭିଯୋଗ ହେବା ପରେ କମ୍ପାନୀ ଉପରେ ଚଢ଼ାଉ କରାଯାଇ ତା ପରିସରରୁ ଅନେକ ବ୍ୟବହୃତ ମାସ୍କ ଉଦ୍ଧାର କରାଯାଇଛି । କମ୍ପାନୀର ମାଲିକ ଅମଜାଦ ଅହମ୍ମଦ ମନସୁରିଙ୍କୁ ପୋଲିସ ଗିରଫ କରଥବା ସୂଚନା ମିଳିଛି । ତାଙ୍କ ବିରୋଧରେ ଧାରା ୧୮୮/୨୬୯ ଅନୁସାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।