Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ...

  • ବଦ୍ରିନାଥ ଧାମରୁ ଡେରାଡୁନର ସହସ୍ରଧାରା ...

  • ମୋଦୀଙ୍କୁ ନେଇ ଏମିତି ବୟାନ ଦେଲେ ଅମିତ ଶାହ

  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

  • ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ...

  • ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ...

  • ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ ...

  • ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ...

  • ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !

  • ‘ବିଗ୍ ବସ୍ ୨୦’ରେ ପ୍ରତିଯୋଗୀ ଧସ୍ତାଧସ୍ତି

ରାଜନୀତି
Home ›› ରାଜନୀତି ››ଟୀକା କରଣ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

ଟୀକା କରଣ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

2021-07-28 18:03:51
16096
Share:
Facebook
Twitter
E-Mail
WhatsApp
Telegram
ଟୀକା କରଣ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର - ଟୀକ କରଣ ନୀତି ସଂକ୍ରାନ୍ତରେ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାକୁ ତୀବ୍ର ନିନ୍ଦା କରିଛି ପ୍ରଦେଶ କଂଗ୍ରେସ । ଆଜି କଂଗ୍ରେସ ଭବନରେ ଏ ସଂକ୍ରାନ୍ତରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅମିୟ ପାଣ୍ଡବ ଏବଂ ରଜନୀ କୁମାର ମହାନ୍ତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ନେଇ ସନ୍ଦେହ ପ୍ରକାଶ କରିବା ସହ ଏ ସମ୍ପର୍କରେ ସ୍ପଷ୍ଟତା ପ୍ରକାଶ କରିବାକୁ ଦାବି କରିଛନ୍ତି । ଶ୍ରୀ ପାଣ୍ଡବ କହିଛନ୍ତି ଯେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ମଧ୍ୟ ଭରସା ଦେଇଥିଲେ ଯେ ଡିସେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ଦେଶବାସୀଙ୍କୁ କରୋନା ଟୀକା ପ୍ରଦାନ କରାଯିବ । ମାତ୍ର ଦୁଭାର୍ଗ୍ୟର କଥା ଦୁଇମାସ ତଳେ  କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଯାଭେଦକର ଏକତା ଦୃଢ଼ତାର ସହିତ କହିଥିବା ବେଳେ ଗତ ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଭାରତୀ ପାୱାର ସଂପୂର୍ଣ୍ଣ ଟୀକାକରଣ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା କୁହାଯାଇ ପାରିବ ନାହିଁ ବୋଲି ସଂସଦରେ କହିଛନ୍ତି । ଏହାହିଁ ସରକାରଙ୍କ ଭୂମିକାକୁ ସନ୍ଦେହର କାଠଗଡ଼ାରେ ଠିଆ କରିଛି । ସରକାରଙ୍କ ଦ୍ୱାରା ପ୍ରଦତ ତଥ୍ୟ ଅନୁସାରେ ସାରା ଦେଶରେ ୧୮ ବର୍ଷରୁ ଉର୍ଦ୍ଧ ୧୦୮ କୋଟି ଲୋକ ଅଛନ୍ତି ଏବଂ ସେମାନଙ୍କ ପାଇଁ ୨୧୬ କୋଟି ଡୋଜ ଟୀକା ଦରକାର । ଆଜିଯାଏ ମାତ୍ର ୪୫ କୋଟି ଲୋକଙ୍କୁ ଟୀକା ଦିଆଯାଇ ପାରିଛି । ସେଥିମଧ୍ୟରୁ ମାତ୍ର ୯ କୋଟି ଲୋକ ଡବଲ ଡୋଜ ନେଇଥିବା ବେଳେ ୩୬ କୋଟି ଲୋକ ସିଙ୍ଗିଲ ଡୋଜ ନେଇଛନ୍ତି । ବାକି ୧୬୧ କୋଟି ଡୋଜ ଆଉ ୫ମାସ ଭିତରେ କେମିତି ଦିଆଯିବ ସେ ନେଇ ଜନସାଧାରଣ ଆଶଙ୍କା ପ୍ରକାଶ କରିଛନ୍ତି । ଏବେ ଦିନକୁ ହାରାହାରି ମାତ୍ର ୪୦-୪୫ ଲକ୍ଷ ଡୋଜ ଦିଆଯାଉଥିବା ବେଳେ ଏହା କେମିତି ସମ୍ଭବ ବୋଲି ଦଳ ପକ୍ଷରୁ କୁହାଯାଇଛି । ସରକାର ସମସ୍ତଙ୍କୁ ଟୀକା ପ୍ରଦାନ ସଂକ୍ରାନ୍ତରେ ବିଳମ୍ବରେ ନିଷ୍ପତି ନେବାରୁ ଏ ଦୁରାବସ୍ଥା ସୃଷ୍ଟି ହୋଇଛି । ସେହିପରି ରାଜ୍ୟ ସରକାର କୋଭିଡ ପରୀକ୍ଷା ଅଭିଯାନକୁ ଧିମେଇ ଦେବା ତଥା ଟୀକାର ଅଭାବ ସଂକ୍ରାନ୍ତରେ ଚୁପ ବସିବାକୁ ଦଳ ନିନ୍ଦା କରିଛି । ଏଥି ସହିତ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ଘରୋଇ କୋଭିଡ ହସପିଟାଲ ଗୁଡ଼ିକ ଯେପରି ଭାବରେ ଚିକିତ୍ସାରେ ଅବହେଳା କରିବା ସହିତ ରୋଗୀଙ୍କୁ ଶୋଷଣ ଓ ଲୁଣ୍ଠନ କରୁଛନ୍ତି ସେଥିରେ ସରକାରଙ୍କର କୌଣସି ନିୟନ୍ତ୍ରଣ କାହିଁକି ନାହିଁ ବୋଲି ଦଳ ପ୍ରଶ୍ନ କରିଛି । ସରକାରୀ ଦଳର ନେତା ମନ୍ତ୍ରୀଙ୍କ ସହ ଏସବୁ ଶୋଷଣକାରୀ ଘରୋଇ ହସପିଟାଲ ଗୁଡ଼ିକରେ ଅସାଧୁ ମେଂଟ ଅଛି ବୋଲି ଦଳ ଅଭିଯୋଗ କରିଛି । ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଦ୍ଧିତ କରି କହିଲେ । ଜୁନ ୨୧ ତାରିଖ ପରେ କେନ୍ଦ୍ର ସରକାରଙ୍କର  ଯେଉଁ ଜାତୀୟ ଟୀକା ନୀତିର ପରିବର୍ତନ କରାଗଲା ସେଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଗଲା ଯେ ୨୫% ଟୀକା କର୍ପୋରେଟ ଓ ପ୍ରାଇଭେଟ ହସପିଟାଲ ମାନଙ୍କୁ ଦିଆଯିବ । ଯେଉଁ ରାଜ୍ୟରେ ଯେତିକି ଟୀକାର ଭାଗ ପଡ଼ିବ ତାହା ପୂର୍ବରୁ ସୂଚେଇ ଦିଆଯିବ । ଏହି ନୀତିର ପରିବର୍ତନ ପରେ  ଓଡ଼ିଶାର ପ୍ରାଇଭେଟ ହସପିଟାଲ ମାନେ ସେମାନେ ଆବଂଟିତ ଟୀକାକୁ ସଂପୂର୍ଣ୍ଣରୂପେ ଉଠେଇଲେ ନାହିଁ । କେନ୍ଦ୍ର ସରକାର ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ସେଥିରୁ ସ୍ପଷ୍ଟ ଭାବରେ ବୁଝାପଡ଼ୁଛି ଯେ ଜୁନ ମାସରେ ୯ଲକ୍ଷ ୨୫ ହଜାର ଡୋଜର ଟୀକା ଓଡ଼ିଶାର ପ୍ରାଇଭେଟ ହସପିଟାଲ ମାନଙ୍କୁ ଦିଆଯାଇଥିଲା କିନ୍ତୁ ଜୁନ ମାସରେ ମାତ୍ର ୬୬ ହଜାର ୫ଶହ ଟୀକା ପ୍ରାଇଭେଟ ହସିପିଟାଲମାନେ କିଣିଲେ ଏବଂ ଜୁଲାଇ ମାସରେ ଆବଂଟିତ ୧୦ଲକ୍ଷ ୧୬ ହଜାର ଟୀକାରୁ ଏ ପର୍ଯ୍ୟନ୍ତ ୧ଲକ୍ଷ ୫୬ ହଜାର ଟୀକା ସେମାନେ କିଣିଛନ୍ତି । ତେଣୁ ଏହାଦ୍ୱାରା ୧୭ ଲକ୍ଷ ୭୪ ହଜାର ଡୋଜର ଟୀକା ଓଡ଼ିଶା ତା ଭାଗରୁ ହରାଇଲା । ମୁଖ୍ୟମନ୍ତ୍ରୀ ସବୁବେଳେ କହିବୁଲନ୍ତି ଓଡ଼ିଶା ମୋ ପରିବାର ପ୍ରତ୍ୟେକଟି ଜୀବନ ମୋ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଭଳି ଘଡ଼ିସନ୍ଧି ମୂହୂର୍ତରେ ଟୀକାପାଇଁ ହାହାକାର ପଡ଼ିଥିଲା ବେଳେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଭାଗ ଟୀକା ଓଡ଼ିଶାକୁ ମିଳୁ ନାହିଁ ଏଥିପାଇଁ କେବଳ ଚିଠି ଲେଖି ବସିଯିବେ ନା ଯୁଦ୍ଧଂଦେହି ଡାକରା ଦେବେ? ମୁଖ୍ୟମନ୍ତ୍ରୀଙ୍କର ବିଜେପି ପ୍ରୀତି ଓ ନରେନ୍ଦ୍ର ମୋଦିଙ୍କୁ ଏତେ ଭୟ କାହିଁକି । ଟୀକାକରଣର ମାତ୍ରା ବୃଦ୍ଧି କରିବା, ବିଭିନ୍ନ ରାଜ୍ୟର ଦାବି ଅନୁସାରେ ଜନସଂଖ୍ୟା, ଭିର୍ତିଭୂମି ଓ ଆବଶ୍ୟକତାକୁ ଆଧାର କରି ଟୀକା ଆବଂଟନ ନୀତିର ସଂଶୋଧନ କରିବା, ଯେଉଁ ୩୫ ହଜାର କୋଟି ଟଙ୍କା ଟୀକା କରଣ ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି ତନ୍ମ ମଧ୍ୟରୁ କେତେ ଟଙ୍କା କେଉଁ ବାବଦରେ ଆଜିଯାଏ ଖର୍ଚ୍ଚ ହୋଇଛି ତାର ତଥ୍ୟ ସରକାର ପ୍ରକାଶ କରିବା ସହ ସୁପ୍ରିମକୋର୍ଟର ତାଗିଦ ପରେ କୋଭିଡ ମୃତକଙ୍କୁ କ୍ଷତିପୂରଣ ଦେବା ବାବଦରେ ସରକାର ସ୍ପଷ୍ଟତା ପ୍ରକାଶ କରିବାକୁ ଦଳ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀକୁ ସଂଯୋଜନା କରିଥିଲେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ।

Powered by Froala Editor

Tags Vaccination , Inc Congress , Congress

Related articles Odisha News Lens 4.1

  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....
    ବିଶେଷ

    ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15148
    Oct 30, 2026
  • ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ରାହୁଲଙ୍କ ନିବେଦନ
    ଦେଶ-ଦେଶାନ୍ତର

    ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ରାହୁଲଙ୍କ ନିବେଦନ

    15171
    Oct 30, 2026
  • ବଦ୍ରିନାଥ ଧାମରୁ ଡେରାଡୁନର ସହସ୍ରଧାରା ଫେରୁଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ...
    ଦେଶ-ଦେଶାନ୍ତର

    ବଦ୍ରିନାଥ ଧାମରୁ ଡେରାଡୁନର ସହସ୍ରଧାରା ଫେରୁଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ...

    14937
    Oct 30, 2026
  • ‘ବିଗ୍ ବସ୍ ୨୦’ରେ ପ୍ରତିଯୋଗୀ ଧସ୍ତାଧସ୍ତି
    ଦେଶ-ଦେଶାନ୍ତର

    ‘ବିଗ୍ ବସ୍ ୨୦’ରେ ପ୍ରତିଯୋଗୀ ଧସ୍ତାଧସ୍ତି

    14368
    Oct 29, 2026
  • ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ

    14089
    Oct 29, 2026
  • ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !
    ମନୋରଞ୍ଜନ

    ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !

    14984
    Oct 29, 2026
  •  ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ କିସ୍ତି ଟଙ୍କା
    ଦେଶ-ଦେଶାନ୍ତର

    ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ କିସ୍ତି ଟଙ୍କା

    13822
    Oct 29, 2026
  • ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

    14195
    Oct 29, 2026
  • ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ
    ଦେଶ-ଦେଶାନ୍ତର

    ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ

    14739
    Oct 29, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ‘ବିଗ୍ ବସ୍ ୨୦’ରେ ପ୍ରତିଯୋଗୀ ଧସ୍ତାଧସ୍ତି

    14368
    Oct 29, 2026
  • ଦେଶ-ଦେଶାନ୍ତର

    ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ

    14089
    Oct 29, 2026
  • ଦେଶ-ଦେଶାନ୍ତର

    ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ରାହୁଲଙ୍କ ନିବେଦନ

    15171
    Oct 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17237
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17936
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17878
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18303
    Sep 06, 2023

ବିଶେଷ

  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15148
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14839
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16032
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14959
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15691
    Oct 23, 2026

ବାଣିଜ୍ୟ

କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

ଭୁବନେଶ୍ୱରର ଅଗ୍ରଣୀ ଡାଏଗ୍ନୋଷ୍ଟିକ ସେଣ୍ଟର ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ସୋନୋମାମ୍ମୋଗ୍ରାଫି ଉପରେ ଫ୍ଲାଟ୍ ୧୫% ରିହାତି ଘୋଷଣା କଲା

ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡରେ କିଓରବେ ଦ୍ଵାରା ପ ...

  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    16103
    Oct 26, 2026
  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    14294
    Oct 25, 2026
  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    15137
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14839
    Oct 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

    14195
    Oct 29, 2026
  • ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ

    14739
    Oct 29, 2026
  • ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ରାହୁଲଙ୍କ ନିବେଦନ

    15171
    Oct 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In