Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ...

  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ...

  • ରାଷ୍ଟ୍ରପତି ଭବନ ଉପରେ ହୁତି ...

  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ...

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, ...

  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ...

  • ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ...

  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ...

  • ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ...

ରାଜନୀତି
Home ›› ରାଜନୀତି ››ଟୀକା କରଣ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

ଟୀକା କରଣ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

2021-07-28 18:03:51
16065
Share:
Facebook
Twitter
E-Mail
WhatsApp
Telegram
ଟୀକା କରଣ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର - ଟୀକ କରଣ ନୀତି ସଂକ୍ରାନ୍ତରେ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାକୁ ତୀବ୍ର ନିନ୍ଦା କରିଛି ପ୍ରଦେଶ କଂଗ୍ରେସ । ଆଜି କଂଗ୍ରେସ ଭବନରେ ଏ ସଂକ୍ରାନ୍ତରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅମିୟ ପାଣ୍ଡବ ଏବଂ ରଜନୀ କୁମାର ମହାନ୍ତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ନେଇ ସନ୍ଦେହ ପ୍ରକାଶ କରିବା ସହ ଏ ସମ୍ପର୍କରେ ସ୍ପଷ୍ଟତା ପ୍ରକାଶ କରିବାକୁ ଦାବି କରିଛନ୍ତି । ଶ୍ରୀ ପାଣ୍ଡବ କହିଛନ୍ତି ଯେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ମଧ୍ୟ ଭରସା ଦେଇଥିଲେ ଯେ ଡିସେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ଦେଶବାସୀଙ୍କୁ କରୋନା ଟୀକା ପ୍ରଦାନ କରାଯିବ । ମାତ୍ର ଦୁଭାର୍ଗ୍ୟର କଥା ଦୁଇମାସ ତଳେ  କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଯାଭେଦକର ଏକତା ଦୃଢ଼ତାର ସହିତ କହିଥିବା ବେଳେ ଗତ ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଭାରତୀ ପାୱାର ସଂପୂର୍ଣ୍ଣ ଟୀକାକରଣ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା କୁହାଯାଇ ପାରିବ ନାହିଁ ବୋଲି ସଂସଦରେ କହିଛନ୍ତି । ଏହାହିଁ ସରକାରଙ୍କ ଭୂମିକାକୁ ସନ୍ଦେହର କାଠଗଡ଼ାରେ ଠିଆ କରିଛି । ସରକାରଙ୍କ ଦ୍ୱାରା ପ୍ରଦତ ତଥ୍ୟ ଅନୁସାରେ ସାରା ଦେଶରେ ୧୮ ବର୍ଷରୁ ଉର୍ଦ୍ଧ ୧୦୮ କୋଟି ଲୋକ ଅଛନ୍ତି ଏବଂ ସେମାନଙ୍କ ପାଇଁ ୨୧୬ କୋଟି ଡୋଜ ଟୀକା ଦରକାର । ଆଜିଯାଏ ମାତ୍ର ୪୫ କୋଟି ଲୋକଙ୍କୁ ଟୀକା ଦିଆଯାଇ ପାରିଛି । ସେଥିମଧ୍ୟରୁ ମାତ୍ର ୯ କୋଟି ଲୋକ ଡବଲ ଡୋଜ ନେଇଥିବା ବେଳେ ୩୬ କୋଟି ଲୋକ ସିଙ୍ଗିଲ ଡୋଜ ନେଇଛନ୍ତି । ବାକି ୧୬୧ କୋଟି ଡୋଜ ଆଉ ୫ମାସ ଭିତରେ କେମିତି ଦିଆଯିବ ସେ ନେଇ ଜନସାଧାରଣ ଆଶଙ୍କା ପ୍ରକାଶ କରିଛନ୍ତି । ଏବେ ଦିନକୁ ହାରାହାରି ମାତ୍ର ୪୦-୪୫ ଲକ୍ଷ ଡୋଜ ଦିଆଯାଉଥିବା ବେଳେ ଏହା କେମିତି ସମ୍ଭବ ବୋଲି ଦଳ ପକ୍ଷରୁ କୁହାଯାଇଛି । ସରକାର ସମସ୍ତଙ୍କୁ ଟୀକା ପ୍ରଦାନ ସଂକ୍ରାନ୍ତରେ ବିଳମ୍ବରେ ନିଷ୍ପତି ନେବାରୁ ଏ ଦୁରାବସ୍ଥା ସୃଷ୍ଟି ହୋଇଛି । ସେହିପରି ରାଜ୍ୟ ସରକାର କୋଭିଡ ପରୀକ୍ଷା ଅଭିଯାନକୁ ଧିମେଇ ଦେବା ତଥା ଟୀକାର ଅଭାବ ସଂକ୍ରାନ୍ତରେ ଚୁପ ବସିବାକୁ ଦଳ ନିନ୍ଦା କରିଛି । ଏଥି ସହିତ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ଘରୋଇ କୋଭିଡ ହସପିଟାଲ ଗୁଡ଼ିକ ଯେପରି ଭାବରେ ଚିକିତ୍ସାରେ ଅବହେଳା କରିବା ସହିତ ରୋଗୀଙ୍କୁ ଶୋଷଣ ଓ ଲୁଣ୍ଠନ କରୁଛନ୍ତି ସେଥିରେ ସରକାରଙ୍କର କୌଣସି ନିୟନ୍ତ୍ରଣ କାହିଁକି ନାହିଁ ବୋଲି ଦଳ ପ୍ରଶ୍ନ କରିଛି । ସରକାରୀ ଦଳର ନେତା ମନ୍ତ୍ରୀଙ୍କ ସହ ଏସବୁ ଶୋଷଣକାରୀ ଘରୋଇ ହସପିଟାଲ ଗୁଡ଼ିକରେ ଅସାଧୁ ମେଂଟ ଅଛି ବୋଲି ଦଳ ଅଭିଯୋଗ କରିଛି । ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଦ୍ଧିତ କରି କହିଲେ । ଜୁନ ୨୧ ତାରିଖ ପରେ କେନ୍ଦ୍ର ସରକାରଙ୍କର  ଯେଉଁ ଜାତୀୟ ଟୀକା ନୀତିର ପରିବର୍ତନ କରାଗଲା ସେଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଗଲା ଯେ ୨୫% ଟୀକା କର୍ପୋରେଟ ଓ ପ୍ରାଇଭେଟ ହସପିଟାଲ ମାନଙ୍କୁ ଦିଆଯିବ । ଯେଉଁ ରାଜ୍ୟରେ ଯେତିକି ଟୀକାର ଭାଗ ପଡ଼ିବ ତାହା ପୂର୍ବରୁ ସୂଚେଇ ଦିଆଯିବ । ଏହି ନୀତିର ପରିବର୍ତନ ପରେ  ଓଡ଼ିଶାର ପ୍ରାଇଭେଟ ହସପିଟାଲ ମାନେ ସେମାନେ ଆବଂଟିତ ଟୀକାକୁ ସଂପୂର୍ଣ୍ଣରୂପେ ଉଠେଇଲେ ନାହିଁ । କେନ୍ଦ୍ର ସରକାର ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ସେଥିରୁ ସ୍ପଷ୍ଟ ଭାବରେ ବୁଝାପଡ଼ୁଛି ଯେ ଜୁନ ମାସରେ ୯ଲକ୍ଷ ୨୫ ହଜାର ଡୋଜର ଟୀକା ଓଡ଼ିଶାର ପ୍ରାଇଭେଟ ହସପିଟାଲ ମାନଙ୍କୁ ଦିଆଯାଇଥିଲା କିନ୍ତୁ ଜୁନ ମାସରେ ମାତ୍ର ୬୬ ହଜାର ୫ଶହ ଟୀକା ପ୍ରାଇଭେଟ ହସିପିଟାଲମାନେ କିଣିଲେ ଏବଂ ଜୁଲାଇ ମାସରେ ଆବଂଟିତ ୧୦ଲକ୍ଷ ୧୬ ହଜାର ଟୀକାରୁ ଏ ପର୍ଯ୍ୟନ୍ତ ୧ଲକ୍ଷ ୫୬ ହଜାର ଟୀକା ସେମାନେ କିଣିଛନ୍ତି । ତେଣୁ ଏହାଦ୍ୱାରା ୧୭ ଲକ୍ଷ ୭୪ ହଜାର ଡୋଜର ଟୀକା ଓଡ଼ିଶା ତା ଭାଗରୁ ହରାଇଲା । ମୁଖ୍ୟମନ୍ତ୍ରୀ ସବୁବେଳେ କହିବୁଲନ୍ତି ଓଡ଼ିଶା ମୋ ପରିବାର ପ୍ରତ୍ୟେକଟି ଜୀବନ ମୋ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଭଳି ଘଡ଼ିସନ୍ଧି ମୂହୂର୍ତରେ ଟୀକାପାଇଁ ହାହାକାର ପଡ଼ିଥିଲା ବେଳେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଭାଗ ଟୀକା ଓଡ଼ିଶାକୁ ମିଳୁ ନାହିଁ ଏଥିପାଇଁ କେବଳ ଚିଠି ଲେଖି ବସିଯିବେ ନା ଯୁଦ୍ଧଂଦେହି ଡାକରା ଦେବେ? ମୁଖ୍ୟମନ୍ତ୍ରୀଙ୍କର ବିଜେପି ପ୍ରୀତି ଓ ନରେନ୍ଦ୍ର ମୋଦିଙ୍କୁ ଏତେ ଭୟ କାହିଁକି । ଟୀକାକରଣର ମାତ୍ରା ବୃଦ୍ଧି କରିବା, ବିଭିନ୍ନ ରାଜ୍ୟର ଦାବି ଅନୁସାରେ ଜନସଂଖ୍ୟା, ଭିର୍ତିଭୂମି ଓ ଆବଶ୍ୟକତାକୁ ଆଧାର କରି ଟୀକା ଆବଂଟନ ନୀତିର ସଂଶୋଧନ କରିବା, ଯେଉଁ ୩୫ ହଜାର କୋଟି ଟଙ୍କା ଟୀକା କରଣ ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି ତନ୍ମ ମଧ୍ୟରୁ କେତେ ଟଙ୍କା କେଉଁ ବାବଦରେ ଆଜିଯାଏ ଖର୍ଚ୍ଚ ହୋଇଛି ତାର ତଥ୍ୟ ସରକାର ପ୍ରକାଶ କରିବା ସହ ସୁପ୍ରିମକୋର୍ଟର ତାଗିଦ ପରେ କୋଭିଡ ମୃତକଙ୍କୁ କ୍ଷତିପୂରଣ ଦେବା ବାବଦରେ ସରକାର ସ୍ପଷ୍ଟତା ପ୍ରକାଶ କରିବାକୁ ଦଳ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀକୁ ସଂଯୋଜନା କରିଥିଲେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ।

Powered by Froala Editor

Tags Vaccination , Inc Congress , Congress

Related articles Odisha News Lens 4.1

  •  ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...

    15391
    Oct 15, 2026
  •  ଇମ୍ରାନ ଖାନଙ୍କୁ  ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ

    14561
    Oct 15, 2026
  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ ...
    ଦେଶ-ଦେଶାନ୍ତର

    ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ ...

    13715
    Oct 16, 2026
  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି
    ଦେଶ-ଦେଶାନ୍ତର

    ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13739
    Oct 15, 2026
  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା
    ଅପରାଧ

    ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13635
    Oct 16, 2026
  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା
    ଦେଶ-ଦେଶାନ୍ତର

    ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା

    13418
    Oct 16, 2026
  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...
    ବାଣିଜ୍ୟ

    କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...

    14226
    Oct 15, 2026
  • ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍
    ଦେଶ-ଦେଶାନ୍ତର

    ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍

    15159
    Oct 15, 2026
  • ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼

    14726
    Oct 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା

    13418
    Oct 16, 2026
  • ଦେଶ-ଦେଶାନ୍ତର

    ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍

    15159
    Oct 15, 2026
  • ଦେଶ-ଦେଶାନ୍ତର

    ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ କରିଦେଇଛନ୍ତି ସରକାର: ଅଭିଜିତ

    13715
    Oct 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17183
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17876
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17827
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18247
    Sep 06, 2023

ବିଶେଷ

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14691
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14613
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14718
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15721
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14396
    Sep 27, 2026

ବାଣିଜ୍ୟ

କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

ଅନେକ ଗ୍ରାମରେ ସୌର ଶକ୍ତି ଚାଳିତ ପାନୀୟ ଜଳ ସୁବିଧା ସହିତ କଳାହାଣ୍ଡି ଏବଂ ରାୟଗଡ଼ାରେ ୧୪୬ରୁ ଅଧିକ ସୌର ଶକ୍ତି ଚାଳିତ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଛି

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପା ...

  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13937
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15100
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15806
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15042
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13635
    Oct 16, 2026
  • ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ

    14561
    Oct 15, 2026
  • ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍

    15159
    Oct 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In