ବିଜ୍ଞପ୍ତି ପ୍ରକାଶ: ସୋମବାରଠୁ ବିି.ଏଡ୍. ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରୀଛାତ୍ର କରିପାରିବେ ଆବେଦନ
ଭୁବନେଶ୍ୱର: ୨ବର୍ଷିଆ ବି.ଏଡ୍, ବିଏଚ୍.ଏଡ୍. ଓ ଏମ୍.ଏଡ୍. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ସୋମବାରଠାରୁ ଏପ୍ରିଲ ୬ ମଧ୍ୟରେ ଆଶାୟୀ ଛାତ୍ରୀଛାତ୍ର ଆବେଦନ କରିପାରିବେ। ଆବେଦନ ସମୟରେ କୌଣସି ତ୍ରୁଟି ଥିଲେ ୭ ତାରିଖରେ ସଂଶୋଧନ କରିପାରିବେ। ଆବେଦନକାରୀଙ୍କ ସମସ୍ତ ତଥ୍ୟ ଓକାକ୍ ପକ୍ଷରୁ ୧୩ ତାରିଖରେ ପରୀକ୍ଷା ପରିଚାଳନା କରୁଥିବା ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍ଏସ୍ବି)କୁ ପ୍ରଦାନ କରାଯିବ। ମେ ୨୭ରେ ଏସ୍ଏସ୍ବି ୱେବ୍ସାଇଟ୍ରେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ମେ’ ୩୧ରେ ବି.ଏଡ୍. ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଜୁନ୍ ୩ରେ ବିଏଚ୍.ଏଡ୍. ଓ ଏମ୍.ଏଡ୍. ପ୍ରବେଶିକା ପରୀକ୍ଷା ହେବ। ଜୁନ୍ ୪ରେ ପ୍ରୋଭିଜନାଲ ଆନ୍ସାର କି ପ୍ରକାଶ ପାଇବା ପରେ ଉତ୍ତରକୁ ନେଇ କୌଣସି ଅସନ୍ତୋଷ ଥିଲେ ୫ରୁ ୭ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଚୂଡ଼ାନ୍ତ ଆନ୍ସାର କି କେବେ ପ୍ରକାଶ ପାଇବ, ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ। ସ୍ନାତକ ପରୀକ୍ଷାଫଳ ପ୍ରକାଶ ପାଇ ନ ଥିଲେ ମଧ୍ୟ ଛାତ୍ରୀଛାତ୍ର ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ।
Powered by Froala Editor