କ୍ରସ ଭୋଟିଂ କରିଥିବା ୬ ବିଜେଡି ବିଧାୟକ ନିଲମ୍ବିତ
ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ୬ଜଣ ବିଜେଡି ବିଧାୟକଙ୍କ ଦଳରୁ ନିଲମ୍ବନ କରାଯାଇଛି। ଚିଠି ମାଧ୍ୟମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ବିଧାୟକମାନେ ହେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ (ଭୁବନେଶ୍ବର) ବିଧାୟକ ନବ କିଶେର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ।
ଏନେଇ ସେମାନଙ୍କୁ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦେଇଥିବା ଚିଠିର ଉତ୍ତରକୁ ମଧ୍ୟ ତର୍ଜମା କରାଯାଇଥିବା ଉଲେଖ ହୋଇଛି। ମୁଖ୍ୟ ସଚେତକଙ୍କ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି। ଗତ ୧୭ତାରିଖରେ ଦଳର ୬ଜଣ ବିଧାୟକଙ୍କୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନୋଟିସ ଜାରି କରିଥିଲେ।
ବିଜେଡି ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଥିଲା ଯେ, ଉପରୋକ୍ତ ବିଧାୟକମାନେ ଦଳର ଶୃଙ୍ଖଳାକୁ ଭଙ୍ଗ କରି ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଛନ୍ତି। ଦଳର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି। ତାଙ୍କ ବିରୋଧରେ ଦଳୀୟ ଶୃଙ୍ଖଳା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରା ନଯିବ, ତାହାର କୌଫତ୍ ତଲବ କରାଯାଇଛି।
Powered by Froala Editor