ଘର ସମ୍ମୁଖରେ ହଙ୍ଗାମା ନେଇ ମୁହଁ ଖୋଲିଲେ ପ୍ରତାପ ଜେନା, ପୁଲିସ୍ ପକ୍ଷରୁ ବଢିଲା ସୁରକ୍ଷା
ଭୁବନେଶ୍ଵର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ଘର ସମ୍ମୁଖରେ ହଙ୍ଗାମା। ଗତକାଲି ରାତିରେ ବିଜେଡିରୁ ନିଲମ୍ବିତ ହୋଇଥିବା ୧୦ ଯୁବ ଓ ଛାତ୍ର ନେତାଙ୍କ ପାଟିତୁଣ୍ତ ଦେଖିବାକୁ ମିଳିଛି । କିଛି ଯୁବ ଛାତ୍ର ପ୍ରତାପଙ୍କ ଘର ଆଗରେ ବାଣ ଫୁଟାଇବା ସହ ମିଠା ବାଣ୍ଟି ନାରାବାଜି କରିଥିଲେ। ଏହାକୁ ବିରୋଧ କରିବାରୁ ଘର ଲୋକଙ୍କୁ ଆକ୍ରମଣ କରାଯାଇଥିଲା। ପ୍ରତାପ ଜେନାଙ୍କ ଦସ୍ତଖତ କ୍ରମେ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ନେଇ ନୋଟିସ ପାଇଲା ପରେ ରାତିରେ ଏହି ହଙ୍ଗାମା ଦେଖିବାକୁ ମିଳିଥିଲା।
ସେପଟେ ଏହି ଘଟଣାକୁ ନେଇ ପ୍ରତାପ ଜେନା ମୁହଁ ଖୋଲିଛନ୍ତି। ସେ କହିଛନ୍ତି ୧୫ରୁ ୨୦ ପିଲା ଆସି ମୋ ଘର ଆଗରେ ହୋହଲ୍ଲା କରିଥିଲେ। ସିକ୍ୟୁରିଟି ଗାର୍ଡକୁ ବାଡ଼େଇବା ସହ ତା ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। କେଉଁମାନେ କ୍ୟାମ୍ପସ୍ ଭିତରକୁ ଆସିଥିଲେ, ଭିଡିଓରେ ସେ ସବୁ ରହିଛି’। ଯେଉଁମାନେ ସସ୍ପେଣ୍ଡ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଥିଲେ। ହଙ୍ଗାମା କରିଥିବା ଦୁବୃର୍ତ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କୁ ସେ ଅପିଲ କରିଛନ୍ତି। ସକାଳୁ ପ୍ରତାପଙ୍କ ପରିବାରକୁ ପୁଲିସ୍ ପକ୍ଷରୁ ସୁରକ୍ଷା ଦିଆଯାଇଛି ।
Powered by Froala Editor