ଗାଧୋଇବାକୁ ଯାଇ ପାଣିରେ ବୁଡିଗଲେ ଯୁବକ
କଲମପୁର: କଲମପୁର ପୁଲିସ ଥାନା ଅଧିନସ୍ଥ ପାତ୍ରବସା ଗାଁରେ ଅଭାବନୀୟ ଘଟଣା ଘଟିଛି। ପାତ୍ରବସା ଘାଟକୁ ଗାଧୋଇବାକୁ ଯାଇ ଜଣେ ଯୁବକ ପାଣିରେ ବୁଡି ଯାଇଛନ୍ତି। ମୃତକ ଝସକେତନ ନାଏକ (୩୫) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଝସକେତନ ନିକଟସ୍ଥ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ଘାଟକୁ ଗାଧୋଇବାକୁ ଯାଇଥିଲେ। ଦୁଃର୍ଭାଗ୍ୟ ବଶତଃ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ କେନାଲର ଗଭୀର ପାଣିରେ ଝସକେତନ ବୁଡି ଯାଇ ନିଖୋଜ ହୋଇଥିଲେ।
ସ୍ଥାନୀୟ ଯୁବକ ଝସକେତନକୁ ବହୁ ଖୋଜିଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଝସକେତନକୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor