ଗାଈ ଓ କାଉଙ୍କୁ ପ୍ରତିଦିନ ଖାଇବାକୁ ଦିଅନ୍ତୁ ରୁଟି
ବାସ୍ତୁ ଅନୁଯାୟୀ, ଯେଉଁ ପାତ୍ରରେ କ୍ଷୀର ରଖିଛନ୍ତି ଗୋଟିଏ କଥା ପ୍ରତି ନିଶ୍ଚୟ ଧ୍ୟାନ ରଖନ୍ତୁ। କଦାପି କ୍ଷୀରକୁ ଖୋଲା ରଖନ୍ତୁ ନାହିଁ। କ୍ଷୀରକୁ ଖୋଲା ରଖୁଥିଲେ,ଘରେ ତଥା ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଓ ଅଶାନ୍ତି ବୃଦ୍ଧି ପାଇଥାଏ। ମାନସିକ ଦୁୁଶ୍ଚିନ୍ତା ଲାଗି ରହିଥାଏ। ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ।
ଘରର ଛାତ ଉପରେ କଦାପି ଖାଲି ମାଠିଆ,ପୁରୁଣା ଜିନିଷ, ଖରାପ ହୋଇ ଯାଇଥିବା ଜିନିଷ ଆଦି ରଖନ୍ତୁ ନାହିଁ। ବିଶେଷ କରି ଶୟନ କକ୍ଷରେ ମଧ୍ୟ କୌଣସି ଅଦରକାରୀ ଜିନିଷ ଆଦୌ ରଖନ୍ତୁ ନାହିଁ। ଏହାସହ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ଉପରକୁ ଲାଲ ରୁମାଲ ରଖନ୍ତୁ। ଏହାଦ୍ୱାରା ଖରାପ ସ୍ୱପ୍ନ ଆସିନଥାଏ। ଘରକୁ ଅନ୍ଧକାର ରଖନ୍ତୁ ନାହିଁ।
ଘରର ମୁଖ୍ୟଦ୍ୱାର ସାମ୍ନାରେ ଭୁଲରେ ମଧ୍ୟ କଣ୍ଟାଜାତୟ ଗଛ ରଖନ୍ତୁ ନାହିଁ। ଏହାବ୍ୟତୀତ ଘରର ସାମ୍ନାରେ ଅସନା ଅପରିଷ୍କାର ଜମା ହେବାକୁ ଦିଅନ୍ତୁ ନାହିଁ।
ଘରର ମୁଖ୍ୟ ଦ୍ୱାରରେ ଶୁଭଲାଭ ପ୍ରତୀକ ଚିହ୍ନ, ଓଁ, ପ୍ରଭୁ ଗଣେଶ ଆଦି ରଖନ୍ତୁ।
ରୋଷେଇ ଘରକୁ କଦାପି ଜୋତା ଚପଲ ପିନ୍ଧି ଯାଆନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କର ଅବମାନନା ହୋଇଥାଏ। ଆର୍ଥିକ ସମସ୍ୟା ଦେଖାଦିଏ। ଗାଈ ଓ କାଉଙ୍କୁ ପ୍ରତିଦିନ ରୁଟି ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଧନର ଅଭାବ ହୋଇନଥାଏ।
Powered by Froala Editor