ଦୁର୍ଘଟଣା ଜୋନ୍ ପାଲଟିଛି ଦୁଆରଶୁଣୀ ଘାଟି : ୧୦୦ ଫୁଟ୍ ତଳକୁ ଖସିପଡ଼ିଲା ଟ୍ରକ୍

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟିରେ ଭାରସାମ୍ୟ ହରାଇ ଶହେ ଫୁଟ ତଳକୁ ଖସିଛି ଟ୍ରକ୍। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲ୍ପରଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଅବସ୍ଥାରେ ହେଲପରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଭୋର ସମୟରେ ଘଟିଥିବା ବେଳେ ସ୍ଥାନୀୟ ଲୋକ ପୋଲିସ୍ କୁ ଖବର ଦେବା ଫଳରେ ପୋଲିସ୍ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇବା ପରେ ମୃତକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ କରିଛି ।
ସୂଚନା ଅନୁୟାୟୀ, ଭୋରରୁ ଟ୍ରକଟି କେନ୍ଦୁଝରରୁ କୋଲକାତା ଅଭିମୁଖେ ଯାଉଥିଲା। ଟ୍ରକରେ ଲୁହା ପଥର ସହିତ କିଛି କେମିକାଲ୍ ଡବା ଲୋଡ୍ କରାଯାଇଥିଲା। ଘାଟି ରାସ୍ତାରେ ଯିବା ବେଳେ ଭାରସାମ୍ୟ ହରାଇ ଟ୍ରକଟି ଶହେ ଫୁଟ ତଳକୁ ଖସି ପଡ଼ିଥିଲା। ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀ ଟ୍ରକର ହଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଗାଡ଼ି ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।
Powered by Froala Editor