ତରଳ ଧାତୁ ଉଗାଳୁଥିବା ଗଛ
ନିଉ କାଲିଡୋନିଆ ଅନ୍ତର୍ଗତ ବର୍ଷା ଜଙ୍ଗଲରେ ଦେଖାଯାଉଥିବା ଏକ ପ୍ରକାର ବିରଳ ଗଛର ନାମ ଉଦ୍ଭିଦ ବିଜ୍ଞାନ ପରିଭାଷାରେ ପିକନାନ୍ତ୍ରା ଆକୁମିନାଟା । ଏହି ଗଛର ଏକ ଅଦ୍ଭୁତ ଗୁଣ ବିଜ୍ଞାନୀଙ୍କୁ ବିସ୍ମିତ କରେ ଏବଂ ତାହା ହେଉଛି ଏହି ଗଛ ମାଟିରୁ ନିକେଲ ଶୋଷିନିଏ । ଏହି ଗଛର ଛେଲି ଛଡ଼ାଇ, କାଟି ଦେଲେ ଯେଉଁ ବହଳ ରସ ଝରେ, ତାହାର ପଚିଶ-ତିରିଶ ପ୍ରତିଶତ ଖାଣ୍ଟି ନିକେଲ । ନିକେଲ ଅପେକ୍ଷାକୃତ ଓଜନିଆ ଧାତୁ ହୋଇଥିଲେ ହେଁ ଏହି ଗଛ କିପରି ଶୋଷି ପାରୁଛି, ଜଣାପଡ଼ିନାହିଁ । ଏହାର ଗଣ୍ଡି, କାଣ୍ଡ, ପତ୍ର ଓ ବୀଜରେ ମଧ୍ୟ ନିକେଲ ଜମି ରହୁଥିବା ଜଣାଯାଏ ।
Powered by Froala Editor