ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

ନିୟମିତ ରୂପେ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ। ଏହା ଖାଦ୍ୟର ସ୍ବାଦକୁ ଆହୁରି ବଢ଼ାଇ ଦେଇଥାଏ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ସମେସ୍ତ ପ୍ରାୟ ଜାଣିଥିବେ। ଏହାକୁ ଖାଦ୍ୟରୂପେ ବ୍ୟବହାର କଲେ ଆପଣଙ୍କୁ ଅନାବଶ୍ୟକ ଔଷଧ ଖାଇବାକୁ ପଡ଼ିବ ନାହିଁ। ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ।
*ପୁଦିନା ଆମର ପାଚନ କ୍ରିୟାକୁ ସଠିକ୍ ରୂପେ ତ୍ୱରାନିତ କରିଥାଏ। ଏହା ଆପଣଙ୍କ ସବୁ ପ୍ରକାର ପେଟ ରୋଗକୁ ଭଲ କରିଥାଏ। ଯେପରିକି ପେଟ କାଟିବା, ଗ୍ୟାସ ଆଦି ସମସ୍ୟାକୁ ଏହା ଦୂର କରିଥାଏ। ତେବେ ଆପଣ ନିଜ ଖାଦ୍ୟରେ ପୁଦିନାର ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ ବହୁତ ଲାଭ ଦେବ।
* ବେଳେବେଳେ ଅନୁଭବ କରୁଥିବେ ବେଶି ସମୟ ପାଟି ବନ୍ଦ କରି ରଖିଲେ ସେଥିରୁ ଦୁର୍ଗନ୍ଧ ବାହାରିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ପୁଦିନା ପତ୍ରକୁ ସେବନ କରନ୍ତୁ। ପୁଦିନା ପତ୍ର ସତେଜ ହୋଇଥିବାରୁ ଏହାକୁ ସେବନ କଲେ ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ। ଏଥିରେ ଜୀବାଣୁନାଶକ ଉତ୍ପାଦ ଥିବାରୁ ଏହା ପାଟିରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ଜୀବାଣୁ ସହ ଲଢ଼ିଥାଏ ଏବଂ ପାଟିରୁ ଦୁର୍ଗନ୍ଧ ବହାରିବାକୁ ଦିଏନାହିଁ।
Powered by Froala Editor