ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୁଏ। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରିବା ସହିତ ହାଇଡ୍ରୋକ୍ଲୋରିକ୍ ଏସିଡ୍ କ୍ଷରଣକୁ ନିୟନ୍ତ୍ରିତ କରିଥାଏ। ଥଣ୍ଡା କ୍ଷୀର ପ୍ରତିଦିନ ସକାଳେ ଅଧାଗ୍ଲାସ ପିଇଲେ ଏହା ଅଲସରକୁ ମଧ୍ୟ ଭଲ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏଥିରେ ଥିବା ଲାକ୍ଟୋବାସିଲସ୍ କ୍ଷୁଦ୍ରାନ୍ତ ଏବଂ ବୃହଦାନ୍ତର କାର୍ଯ୍ୟକାରିତାକୁ ସହଜ କରିଥାଏ।
Powered by Froala Editor