ପ୍ରଥମରୁ ୫ମ ଶ୍ରେଣୀ ଯାଏ ହିନ୍ଦୀ ଭାଷା ବାଧ୍ୟତାମୂଳକ

ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାରେ ମରାଠୀ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା ଭାବରେ ଅନ୍ତର୍ଭୁକ୍ତ କରିବା ଏକ ପ୍ରମୁଖ ବୈଶିଷ୍ଟ୍ୟ ରହିଛି ।
ଏନ୍ପି ୨୦୨୦ ଅନ୍ତର୍ଗତ ନୂତନ ପାଠ୍ୟକ୍ରମେରେ ହିନ୍ଦୀ ଭାଷାକୁ ଗୁରୁତ୍ବ ଦେବାକୁ ଘୋଷଣା କରିଛି। ୨୦୨୫-୨୬ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରୁ ଆରମ୍ଭ ହେବ ଏବଂ ୨୦୨୮-୨୯ ସୁଦ୍ଧା ଏହା ସମସ୍ତ ଶ୍ରେଣୀକୁ ବିସ୍ତାର କରାଯିବ।
ମହାରାଷ୍ଟ୍ର SCERT ଏବଂ ବାଲଭାରତୀ ଦ୍ୱାରା ସ୍ଥାନୀୟ ପାଠ୍ୟକ୍ରମ ବିକାଶ ସହିତ ୫+୩+୩+୪ ମଡେଲ ଗ୍ରହଣ କରିବ। ମରାଠୀ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ ତୃତୀୟ ଭାଷା ଭାବରେ ଅନ୍ତର୍ଭୁକ୍ତ କରାଯିବ। ଏହି ପରିବର୍ତ୍ତନକୁ ସମର୍ଥନ କରିବା ପାଇଁ, ରାଜ୍ୟ ସରକାର ୨୦୨୫ ସୁଦ୍ଧା ୮୦ ପ୍ରତିଶତ ଶିକ୍ଷକଙ୍କୁ ନୂତନ ଶିକ୍ଷାଗତ ପଦ୍ଧତି ଏବଂ ଡିଜିଟାଲ୍ ଉପକରଣରେ ତାଲିମ ଦେବାକୁ ଯୋଜନା କରିଛନ୍ତି।
Powered by Froala Editor