ସୁଟ୍କେଶରେ ଭିତରେ ପ୍ରେମିକା ଯାଉଥିଲେ ବଏଜ ହଷ୍ଟେଲ

ନୂଆଦିଲ୍ଲୀ : ପ୍ରେମ ପାଇଁ ଅନେକ ଅଜବ ମାମଲା ସାମ୍ନାକୁ ଆସିଥାଏ । ଜଣେ ଯୁବକ ନିଜ ବାନ୍ଧବୀଙ୍କୁ ସୁଟ୍କେଶରେ ଲୁଚାଇ ହଷ୍ଟେଲ ଆଣିଥିଲେ । ଆଜ୍ଞା ହଁ କଥାଟା କାନକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଏହି ଘଟଣା ଘଟିଛି ହରିୟାଣାର ସୋନୀପତ୍ରେ । ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି ।
ପୁଅ ମାନେ ବାସ କରୁଥିବା ହଷ୍ଟେଲରେ ଯୁବତୀଙ୍କୁ ଆସିବା ମନା । ମାତ୍ର ଯୁବକ ଜଣକ ପ୍ରେମ ପାଇଁ ନିଜ ବାନ୍ଧବୀଙ୍କୁ ସୁଟ୍କେଶ ଭିତରେ ନେଇ ହଷ୍ଟେଲ ଭିତରକୁ ନେଇଥିଲେ । ମାତ୍ର ଧରାପଡିବା ପରେ ଘଟଣା ସାମ୍ନାକୁ ଆସିଥିଲା ।
,ମିଳିଥିବା ସୂଚନାନୁଯାୟୀ, ଯୁବକ ଜଣକ ବାନ୍ଧବୀଙ୍କୁ ସୁଟ୍କେଶ ଭିତରେ ଲୁଚାଇ ନେବା ବେଳେ ଯୁବତୀଙ୍କ ପାଟି ଶୁଣାଯାଇଥିଲା । ସେହି ସମୟରେ ସିକ୍ୟୁରିଟି ଗାର୍ଡଙ୍କୁ ସନ୍ଦେହ ହେବାରୁ ସେ ତୁରନ୍ତ ସୁଟ୍କେଶର ଯାଞ୍ଚ କରିଥିଲେ । ଏହାପରେ ସବୁକିଛି ସାମ୍ନାକୁ ଆସିଥିଲା । ସୁଟ୍କେଶ ଖୋଲିବା ମାତ୍ରେ ସେଥିରେ ଜିନିଷ ବଦଳରେ ଥିଲେ ଯୁବତୀ । ଏହାଦେଖି ସେଠାରେ ସମସ୍ତେ କାବା ହୋଇ ଯାଇଥିଲେ । ଯୁବତୀଙ୍କୁ ତୁରନ୍ତ ସୁଟ୍କେଶରୁ ବାହାର କରାଯାଇଥିଲା ।
ଭିଡିଓରେ ଦେଖାଯାଉଛି, କିଛି ମହିଳା ସିକ୍ୟୁରିଟି ଗାର୍ଡ ହିଁ ସୁଟ୍କେଶ କୁ ଖୋଲୁଛନ୍ତି । ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
Powered by Froala Editor