ଦେଶରେ ଲାଗୁ ହେଲା ୱକଫ୍ ଆଇନ

ୱକଫ୍ (ସଂଶୋଧନ) ଆଇନ-୨୦୨୫ ଆଜି ଅର୍ଥାତ ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହେବ। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସଂସଦରେ ପାରିତ ଓ ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଲାଗୁ ହେଲା ବିବାଦୀୟ ୱକଫ୍ ଆଇନ ।
ମନ୍ତ୍ରଣାଳୟ କହିଛି ଯେ ୱକଫ (ସଂଶୋଧନ) ଆଇନ (୨୦୨୫ର ୧୪)ର ଧାରା ୧ର ଉପ-ଧାରା (୨) ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି କେନ୍ଦ୍ର ସରକାର ୮ ଏପ୍ରିଲ, ୨୦୨୫ ଠାରୁ ଆଇନର ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି।
ବିରୋଧୀଙ୍କ ବିରୋଧ ଏବଂ ହଟ୍ଟଗୋଳ ମଧ୍ୟରେ ଏହି ବିଲ ସଂସଦର ଉଭୟ ଗୃହରେ ଗୃହୀତ ହୋଇଥିଲା। ରାଜ୍ୟ ସଭାରେ ବିଲ୍ ସପକ୍ଷରେ ୧୨୮ ଏବଂ ବିପକ୍ଷରେ ୯୫ ଭୋଟ ପଡ଼ିଥିଲା। ଲୋକ ସଭାରେ ଏହା ସପକ୍ଷରେ ୨୮୮ ଏବଂ ବିପକ୍ଷରେ ୨୩୨ ଭୋଟ ପଡ଼ିଥିଲା। ବିରୋଧୀ ଦଳଗୁଡ଼ିକ ଉଭୟ ଗୃହରେ ଏହାକୁ ବିରୋଧ କରି ଏହକୁ ଅସାମ୍ବିଧାନିକ ବୋଲି କହିଥିଲେ।
ହେଲେ ୱକଫ (ସଂଶୋଧନ) ଆଇନ-୨୦୨୫ ସମ୍ପର୍କରେ, କେନ୍ଦ୍ର ସରକାର ଦାବି କରିଛନ୍ତି ଯେ ଏହା ୱକଫ ପ୍ରଶାସନରେ ସ୍ବଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବ। ଏହା ସହିତ ଯେଉଁ ଗରିବ ମୁସଲମାନମାନେ ସେମାନଙ୍କର ଅଧିକାରରୁ ବଞ୍ଚିତ ଥିଲେ, ସେମାନେ ଏବେ ସେମାନଙ୍କର ଅଧିକାର ପାଇବେ।
Powered by Froala Editor