ପିଆଜ ରସ ପିଇ ଅଂଶୁଘାତରୁ ବର୍ତ୍ତନ୍ତୁ

ଏବେ ଅଧିକାଂଶ ଲୋକେ ପିଆଜ ରସୁଣ ଖାଇବାକୁ ବାରଣ କରୁଛନ୍ତି। ହେଲେ ଏହି ପିଆଜ ଶରୀର ପାଇଁ ବେଶ ଉପକାରୀ, ଏକଥା ହୁଏତ ଅନେକଙ୍କୁ ଜଣା ନ ଥିବ। ପିଆଜ ବିଭିନ୍ନ ବ୍ୟଞ୍ଜନର ସୁଆଦ ବଢ଼ାଇଥାଏ। ତେବେ ଗ୍ରୀଷ୍ମରେ ଏହାର ବ୍ୟବହାର ଶରୀର ପାଇଁ ଖୁବ ଭଲ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଗ୍ରୀଷ୍ମରେ କଞ୍ଚା ପିଆଜ ଅଧିକ ପରିମାଣରେ ଖାଇବା ଉଚିତ। ଭାତ ହେଉ କିମ୍ବା ରୁଟି ଭୋଜନ ସମୟରେ କଞ୍ଚା ପିଆଜର ସାଲାଡ ଖାଆନ୍ତୁ। ନଚେତ ଦହିରେ ଟିକ ଟିକ କାଟି ପିଆଜକୁ ଖାଇପାରିବେ। ଏହା ଶରୀର ପାଇଁ ବେଶ ଲାଭଦାୟକ।
* ଗ୍ରୀଷ୍ମ ଋତୁରେ ଅଂଶୁଘାତ ହେବା ସାଧାରଣ କଥା। ହେଲେ ଆପଣ ଜାଣିଛନ୍ତି କି ଏଥିରୁ ବର୍ତ୍ତିବା ପାଇଁ କଞ୍ଚା ପିଆଜର ବ୍ୟବହାର ଅତ୍ୟନ୍ତ ଲାଭଦାୟକ। କଞ୍ଚା ପିଆଜ ଖାଇବା ଦ୍ୱାରା ଅଂଶୁଘାତ ହୋଇ ନ ଥାଏ ଓ ଅଂଶୁଘାତ ହୋଇଥିଲେ ପିଆଜ ରସ ପିଇଲେ ଭଲ ହୋଇଥାଏ।
* ଗ୍ରୀଷ୍ମରେ ଅଧିକାଂଶ ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ବୃଦ୍ଧି ପାଇଥାଏ। ଏହି ବର୍ଗର ଲୋକେ ଦ୍ବିପହର ଭୋଜନ ସମୟରେ କଞ୍ଚା ପିଆଜ ଫାଳେ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ।
* କଞ୍ଚା ପିଆଜ ଖାଇବା ଦ୍ବାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
* ପିଆଜ କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ। ବିଭିନ୍ନ ବ୍ୟଞ୍ଜନରେ ଏହାର ଉପଯୋଗ କରିବା ସହ ସ୍ୟାଣ୍ଡୱିଚ ଘରେ ପ୍ରସ୍ତୁତ କରି କଞ୍ଚା ପିଆଜର ଉପଯୋଗ କରନ୍ତୁ। କଞ୍ଚା ପିଆଜରେ ଥିବା ବିଭିନ୍ନ ପୋଷକତତ୍ତ୍ବ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।
* ସେହିପରି ଦୁର୍ଗନ୍ଧ ସମସ୍ୟା ଦେଖାଦେଲେ ମଧ୍ୟ କଞ୍ଚା ପିଆଜର ବ୍ୟବହାର କରିପାରିବେ। ଏହାକୁ ଖାଇଲେ ଦୁର୍ଗନ୍ଧ ସମସ୍ୟା ଦୂର ହୋଇଥାଏ ବୋଲି ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି।
Powered by Froala Editor