ଏହି ସବୁ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଖାଆନ୍ତୁ ନାହିଁ କାଜୁ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ଖାଇବା ଆବଶ୍ୟକ । ଭଲ ସ୍ୱାସ୍ଥ୍ୟ ପାଇଁ ଲୋକେ କାଜୁଠୁ ଆରମ୍ଭ କରି ଆଲମଣ୍ଡ, ଅଖରୋଟ ଆଦି କେତେ କ’ଣ ଡ୍ରାଏ ଫ୍ରୁଟ୍ସ ଖାଇଥାନ୍ତି । କାଜୁକୁ ଲୋକେ ତରକାରୀ ଓ ମିଠା ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରିଥାନ୍ତି । କେତେକ ମିଠା କେବଳ କାଜୁ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ତେବେ ଏହା ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟ ଉପକାରୀ ହୋଇଥାଏ । ମାତ୍ର କିଛି ଲୋକମାନଙ୍କ ପାଇଁ କାଜୁ ଆଦୌ ଲାଭଦାୟକ ହୋଇନଥାଏ । ଯେମିତିକି ପେଟ ସମସ୍ୟା ଥିବା ବ୍ୟକ୍ତ କାଜୁ ଖାଇବାଠାରୁ ଦୂରେଇ ରହିବା ଉଚିତ୍ । ନଚେତ୍ ପେଟ ସମସ୍ୟା ବଢିବାର ସମ୍ଭାବନା ଅଧିକ ଥାଏ । ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ମଧ୍ୟ କାଜୁ ଖାଇବା ଉଚିତ୍ ହୋଇନଥାଏ, କାରଣ ସେଥିରେ ଥିବା ସୋଡିୟମ ରକ୍ତଚାପକୁ ବଢାଇ ଦେଇଥାଏ । ଏହା ସହିତ ଅଧକପାଳ ମୁଣ୍ଡ ବିନ୍ଧା ହେଉଥିବା ଲୋକେ ଏହାକୁ ନଖାଇବା ଭଲ । ଏଥିରେ ଥିବା ଆମିନୋ ଏସିଡ ମୁଣ୍ଡ ବିନ୍ଧା ବଢାଇଥାଏ । ପିତ୍ତ କୋଶରେ ଷ୍ଟୋନ ଥିବା ଲୋକ ମଧ୍ୟ ଏହା ଖାଇବା ଉଚିତ୍ ନୁହେଁ ।
Powered by Froala Editor