Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, January 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତକୁ ଆଟାକ କରିବା ପାଇଁ ପାକିସ୍ତାନ ...

  • ବୁଲେଟ୍ ଟ୍ରେନ୍ ପ୍ରକଳ୍ପ: ପ୍ରଥମ ସେକ୍ସନ ...

  • ଆଜି ଧରାପୃଷ୍ଠରେ ବିରାଜିଛନ୍ତି ...

  • ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ

  • ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ...

  • ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ...

  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ...

  • ଦେଢ଼ ଲକ୍ଷ ପାର୍ କଲା ସୁନା ଦାମ୍

  • ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ

  • ଶୀତଦିନେ ଏପରି କରନ୍ତୁ ମେକଅପ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ୧୫ ଖଣ୍ଡ କଲା ସ୍ତ୍ରୀ

ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ୧୫ ଖଣ୍ଡ କଲା ସ୍ତ୍ରୀ

2025-03-19 10:28:37
15029
Share:
Facebook
Twitter
E-Mail
WhatsApp
Telegram
ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ୧୫ ଖଣ୍ଡ କଲା ସ୍ତ୍ରୀ

ମେରଠ : ମେରଠରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରି ସ୍ୱାମୀ ମୃତଦେହକୁ ୧୫ ଖଣ୍ଡ କରିଛନ୍ତି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ମହିଳା ତାଙ୍କ ପ୍ରେମିକ ସହ ମିଶି ପ୍ରଥମେ ନିଜ ସ୍ୱାମୀକୁ ନିଦ ବଟିକା ଦେଇ ପରେ ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି। ପୁଣି ମୃତଦେହକୁ ୧୫ ଖଣ୍ଡ କରି ଏକ ଡ୍ରମ୍‌ ମଧ୍ୟରେ ଭର୍ତ୍ତି କରି ସିମେଣ୍ଟ ଦ୍ୱାରା ସିଲ୍‌ କରିଛନ୍ତି।
ଅଭିଯୁକ୍ତ ମହିଳା ଜଣକ ମୁସ୍କାନ୍‌ ଓ ପ୍ରେମିକ ସାହିଲ୍‌ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ମୃତକ ହେଉଛନ୍ତି ୨୯ ବର୍ଷୀୟ ସୌରଭ ରାଜପୁତ। ସେ ନୌସେନାରେ କାର୍ଯ୍ୟ କରୁଥିଲେ।
ମିଳିଥିବା ସୂଚନାନୁଯାୟୀ, ସୌରଭ ୨୪ ଫେବୃଆରୀରେ ନିଜ ୬ ବର୍ଷ ଝିଅର ଜନ୍ମଦିନ ପାଳନ କରିବାକୁ ଆସିଥିଲେ । କିଛି ଦିନ ପରେ ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନପାଇବାରୁ ତାଙ୍କ ବିଷୟରେ ପଚରାଉଚରା କରିଥିଲେ। ମୁସ୍କାନ ସଭିଁଙ୍କୁ ଜଣାଇଥିଲେ ସୌରଭ ହିଲ୍‌ ଷ୍ଟେସନ ଯାଇଛନ୍ତି ବୋଲି । ଏହାପରେ ମୁସ୍କାନ ଓ ସାହିଲ ଉଭୟ ସୌରଭଙ୍କ ମୋବାଇଲ୍‌ ନେଇ ହିମାଚଳ ପ୍ରଦେଶ ପଳାଇଥିଲେ। ମାତ୍ର କିଛି ଦିନ ପରେ ସୌରଭଙ୍କ ପରିଜନଙ୍କୁ ସନ୍ଦେହ ହେବା ପରେ ସେମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପରେ ମୁସ୍କାନ ଓ ସାହିଲ ନିଜ ଦୋଷ ସ୍ୱୀକାର କରିବା ସହ ମୃତଦେହ ଡ୍ରମ ଭିତରେ ଥିବା କହିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।
ମେରଠର ଇନ୍ଦିରା ନଗରର ବାସିନ୍ଦା ସୌରଭ ଏବଂ ମୁସ୍କାନଙ୍କର ୨୦୧୬ ମସିହାରେ ପ୍ରେମ ବିବାହ ହୋଇଥିଲା। ତା’ପରେ ସୌରଭ ମୁସ୍କାନଙ୍କ ପାଇଁ ଚାକିରି ମଧ୍ୟ ଛାଡି ଦେଇଥିଲେ। ପ୍ରେମ ବିବାହ ନିଷ୍ପତ୍ତି ଏବଂ ଚାକିରି ଛାଡିବା ଯୋଗୁଁ, ସୌରଭଙ୍କ ପରିବାର ସହିତ ବିବାଦ ଆରମ୍ଭ ହୋଇଗଲା। ପରିସ୍ଥିତି ଏତେ ଖରାପ ହେଲା ଯେ ସୌରଭ ଏବଂ ମୁସ୍କାନ ଅଲଗା ହୋଇ ଏକ ଭଡା ଘରେ ରହିବା ଆରମ୍ଭ କଲେ।

୨୦୧୯ ମସିହାରେ, ଉଭୟଙ୍କର ଏକ କନ୍ୟା ସନ୍ତାନ ହୋଇଥିଲା। ଏହି ସମୟରେ ମୁସ୍କାନଙ୍କ ସୌରଭଙ୍କ ବନ୍ଧୁ ସାହିଲ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯେତେବେଳେ ସୌରଭ ଏହା ଜାଣିବାକୁ ପାଇଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା। କିନ୍ତୁ ତା’ପରେ ସୌରଭ ତାଙ୍କ ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ୨୦୨୩ ମସିହାରେ ପୁଣି କାମ କରିବା ପାଇଁ ବିଦେଶ ଚାଲିଗଲେ। ସୌରଭଙ୍କ ୬ ବର୍ଷର ଝିଅର ଜନ୍ମଦିନ ୨୮ ଫେବୃଆରୀ ଥିଲା। ଏଥି ପାଇଁ ସୌରଭ ୨୪ ଫେବୃଆରୀରେ ଆସିଥିଲେ।

ଏହି ସମୟରେ ମୁସ୍କାନ ଏବଂ ସାହିଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପାଇଁ ସେମାନେ ସୌରଭଙ୍କୁ ହତ୍ୟା କରିବାକୁ ଯୋଜନା କରି ମାର୍ଚ୍ଚ ୪ ତାରିଖରେ ସୌରଭଙ୍କୁ ହତ୍ୟା କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Powered by Froala Editor

Tags Murder

Related articles Odisha News Lens 4.1

  • ଆଜି ଧରାପୃଷ୍ଠରେ ବିରାଜିଛନ୍ତି  ବିଦ୍ୟାଦାତ୍ରୀ ମା’ ସରସ୍ୱତୀ
    ବିଶେଷ

    ଆଜି ଧରାପୃଷ୍ଠରେ ବିରାଜିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ୱତୀ

    14811
    Jan 23, 2026
  • ଶୀତଦିନେ ଏପରି କରନ୍ତୁ ମେକଅପ
    ବିଶେଷ

    ଶୀତଦିନେ ଏପରି କରନ୍ତୁ ମେକଅପ

    15460
    Jan 21, 2026
  • ଭାରତକୁ ଆଟାକ କରିବା ପାଇଁ ପାକିସ୍ତାନ କରୁଛି ଯୋଜନା: ଦିଲ୍ଲୀ ସମେତ ଜାମ୍ମୁ ଓ ...
    ଦେଶ-ଦେଶାନ୍ତର

    ଭାରତକୁ ଆଟାକ କରିବା ପାଇଁ ପାକିସ୍ତାନ କରୁଛି ଯୋଜନା: ଦିଲ୍ଲୀ ସମେତ ଜାମ୍ମୁ ଓ ...

    14105
    Jan 23, 2026
  • ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କୁ ନେଇ ଏହି ଟିପ୍ପଣୀ ଦେଲେ ...
    ଦେଶ-ଦେଶାନ୍ତର

    ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କୁ ନେଇ ଏହି ଟିପ୍ପଣୀ ଦେଲେ ...

    15385
    Jan 22, 2026
  • ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ...
    ଦେଶ-ଦେଶାନ୍ତର

    ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ...

    15795
    Jan 22, 2026
  • ଦେଢ଼ ଲକ୍ଷ ପାର୍ କଲା ସୁନା ଦାମ୍
    ଦେଶ-ଦେଶାନ୍ତର

    ଦେଢ଼ ଲକ୍ଷ ପାର୍ କଲା ସୁନା ଦାମ୍

    14662
    Jan 21, 2026
  • ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ
    ଦେଶ-ଦେଶାନ୍ତର

    ସିଇଓ ପଦରୁ ଇସ୍ତଫା ଦେଲେ ଦୀପିନ୍ଦର ଗୋୟଲ

    13622
    Jan 22, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ...

    14560
    Jan 22, 2026
  • ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ

    13713
    Jan 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଶୀତଦିନେ ଏପରି କରନ୍ତୁ ମେକଅପ

    15460
    Jan 21, 2026
  • ଦେଶ-ଦେଶାନ୍ତର

    ଭାରତକୁ ଆଟାକ କରିବା ପାଇଁ ପାକିସ୍ତାନ କରୁଛି ଯୋଜନା: ଦିଲ୍ଲୀ ସମେତ ଜାମ୍ମୁ ଓ କାଶ୍ମିରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

    14105
    Jan 23, 2026
  • ବିଶେଷ

    ଆଜି ଧରାପୃଷ୍ଠରେ ବିରାଜିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ୱତୀ

    14811
    Jan 23, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17313
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17382
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17726
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16202
    Apr 03, 2021

ବିଶେଷ

  • ଆଜି ଧରାପୃଷ୍ଠରେ ବିରାଜିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ୱତୀ

    14811
    Jan 23, 2026
  • ଶୀତଦିନେ ଏପରି କରନ୍ତୁ ମେକଅପ

    15460
    Jan 21, 2026
  • ସକାଳୁ ଖାଲି ପେଟରେ ଚା ପିଇବା ଦ୍ବାରା ହୋଇଥାଏ ଏହିସବୁ ସମସ୍ୟା

    16061
    Jan 19, 2026
  • ଅତ୍ୟଧିକ ମାତ୍ରାରେ ରସୁଣ ଖାଇବା ଶରୀର ପାଇଁ ହୋଇଥାଏ କ୍ଷତିକାରକ

    15758
    Jan 17, 2026
  • ଶୀତଦିନେ ଓଠ ଫାଟିବାର କାରଣ ଓ ନିରାକରଣ ଜାଣନ୍ତୁ.....

    16416
    Jan 16, 2026

ବାଣିଜ୍ୟ

ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

ଭୁବନେଶ୍ୱର: ସାମ୍ପ୍ରତିକ ସମୟର ବିଳମ୍ବିତ ରାତି, ଅଧିକ ଚାପ ଏବଂ ପୋଷଣ ହ୍ରାସ ଖାଦ୍ୟ ଯୁଗରେ ସବୁଠାରୁ ସୁସ୍ଥ କେଶ, ତ୍ୱଚା ଏବଂ ନଖ ମଧ୍ୟ ସେଗୁଡିକର ମଜଭୁତପଣ ହରାଇପାରେ । ଉପଭୋକ୍ତାମାନେ ସମାଧାନଗୁଡିକ ଭିତରେ ଅଧିକର ...

  • ୧.୪୦ ଲକ୍ଷ ଟପିଲା ସୁନା

    15723
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15474
    Jan 08, 2026
  • ଆଇଟିସି 'ଭିଟାମିନ୍ ଡି' ସହିତ ସନଫିଷ୍ଟ ମାରି ଲାଇଟ୍ ଶୁଭାରମ୍ଭ କରିଛି

    14439
    Jan 07, 2026
  • ୨୪ ଶହ ଟଙ୍କା ବଢ଼ିଲା ସୁନା

    14542
    Dec 23, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦେଢ଼ ଲକ୍ଷ ପାର୍ କଲା ସୁନା ଦାମ୍

    14662
    Jan 21, 2026
  • ବୁଲେଟ୍ ଟ୍ରେନ୍ ପ୍ରକଳ୍ପ: ପ୍ରଥମ ସେକ୍ସନ ସୁରଟରୁ ବିଲିମୋରା ରହିବ

    15261
    Jan 23, 2026
  • ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ

    15795
    Jan 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In