ନିୟମିତ ଚିନାବାଦାମ ଖାଇଲେ ହୋଇଥାଏ ଦୃଷ୍ଟିଶକ୍ତିରେ ଉନ୍ନତି

ଚିନାବାଦାମରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ସବୁଠାରୁ ଖାସ୍ କଥା ହେଲା, ଏହାକୁ ଖାଇଲେ ଦୃଷ୍ଟି ଶକ୍ତି ଆହୁରି ପ୍ରଖର ହୋଇଥାଏ। ‘ପ୍ରଖର ଦୃଷ୍ଟିଶକ୍ତିରେ ଚିନାବାଦାମର ଭୂମିକା’ ଶୀର୍ଷକ ବିଷୟକୁ ନେଇ ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏଭଳି ସମସ୍ୟା ସହ ଜଡ଼ିତ କେତେକ ବ୍ୟକ୍ତିଙ୍କୁ ନିୟମିତ ଚିନାବାଦାମ ଖାଇବାକୁ ପରାମର୍ଶ ଦିଆଯାଇଥିଲା। ତା’ସହ ନିୟମିତ ସମୟ ଅନ୍ତରାଳରେ ଏହାର କି ପ୍ରକାର ସୁପ୍ରଭାବ ଦୃଷ୍ଟିଶକ୍ତି ଉପରେ ପଡୁଛି ତାହାକୁ ମଧ୍ୟ ବିଶେଷଜ୍ଞମାନେ ତନ୍ନ ତନ୍ନ କରି ତର୍ଜମା କରିଥିଲେ। ପରିଶେଷରେ ଜଣାପଡ଼ିଥିଲା ଯେ, ଏହାକୁ ଖାଇବା ଦ୍ୱାରା ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତଙ୍କର ଦୃଷ୍ଟିଶକ୍ତିରେ ଉନ୍ନତି ହୋଇଥିଲା। କେବଳ ସେତିକି ନୁହେଁ, ଚିନାବାଦାମରେ ଭିଟାମିନ୍-ଇ ଭରି ରହିଛି। ଏଥିରେ ମଧ୍ୟ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଏହା ଚର୍ମରେ ମଧ୍ୟ ଚମକ ଆଣିଥାଏ। ସବୁଠାରୁ ଖାସ୍ କଥା ହେଲା, ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବାରେ ଏହା ମଧ୍ୟ ସାହାଯ୍ୟ କରିଥାଏ। ତା’ ସହ ଶରରୀରେ କୋଲେଷ୍ଟରଲ୍ ପରିମାଣକୁ ମଧ୍ୟ ସନ୍ତୁଳିତ ରଖେ।
Powered by Froala Editor