ଆତ୍ମହତ୍ୟା ଧମକ ଆଇଆଇଟି ବାବା ଗିରଫ

ସୋସିଆଲ୍ ମିଡିଆରେ ଆଇଆଇଟି ବାବା ନାଁରେ ଚର୍ଚ୍ଚିତ ଥିବା ଅଭୟ ସିଂହଙ୍କୁ ଜୟପୁର ପୁଲିସ ଗିରଫ କରିଛି । ଅଭୟ ସିଂହ ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିଲେ, ଯାହା ପରେ ଶିପ୍ରା ପଥ ପୁଲିସ, ରିଦ୍ଧି ସିଦ୍ଧି ପାର୍କରେ ଥିବା କ୍ଲାସିକ୍ ହୋଟେଲରେ ପହଞ୍ଚି ଆଇଆଇଟି ବାବାଙ୍କୁ ହେପାଜତକୁ ନେଇଛି।
ସୂଚନାନୁସାରେ , ମହାକୁମ୍ଭ ଫେମ୍ ଆଇଆଇଟି ବାବା ଅଭୟ ସିଂହ ନିକଟ ଅତୀତରେ ବାରମ୍ବାର ବିବାଦରେ ଫସି ଚାଲିଛନ୍ତି । ପ୍ରଥମେ ଭାରତ–ପାକିସ୍ତାନ ମ୍ୟାଚ୍ ବିଷୟରେ ତାଙ୍କର ଭବିଷ୍ୟବାଣୀ ଏବଂ ତା’ପରେ ନ୍ୟୁଜ୍ ଚ୍ୟାନେଲ ଷ୍ଟୁଡିଓରେ ହାଇ–ଭୋଲଟେଜ୍ ଡ୍ରାମାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। 'ଆଇଆଇଟି ବାବା' ସେକ୍ଟର ୧୨୬ରେ ଥିବା ପୁଲିସ ଆଉଟପୋଷ୍ଟ ବାହାରେ ନ୍ୟାୟ ଦାବି କରି ବସିରହିଥିଲେ। କିନ୍ତୁ ପରେ ପୁଲିସ ତାଙ୍କୁ ବୁଝାଇବାରୁ ସେ ପ୍ରତିବାଦ ପ୍ରତ୍ୟାହାର କରିଥିଲେ।
ବର୍ତ୍ତମାନ ଅଭୟ ସିଂହଙ୍କ ପାଖରୁ ଗଞ୍ଜେଇ ଜବତ ହୋଇଛି । ତାଙ୍କ ଉପରେ ଏନଡିପିଏସ୍ ଆକ୍ଟ (NDPS ACT) ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
Powered by Froala Editor