ଗ୍ରୀଷ୍ମପ୍ରବାହ: ସ୍କୁଲ, କଲେଜ ପାଇଁ ଖୁବ୍ ଶୀଘ୍ର ନୂଆ ଗାଇଡ୍ଲାଇନ୍

ଭୁବନେଶ୍ୱର : ଆରମ୍ଭ ହେଲାଣି ଖରା ଦିନ । ବିଭିନ୍ନ ସ୍ଥାନରେ ଧିରେ ଧିରେ ବୃଦ୍ଧି ପାଇ ଚାଲିଛି ତାପମାତ୍ରା । ତେବେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ପାଇଁ ଖୁବ୍ ଶୀଘ୍ର ନୂଆ ଗାଇଡ୍ଲାଇନ୍ ଆସିବ ବୋଲି ସୋମବାର ସୂଚନା ମିଳିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ୱ ବିଭାଗ ମଧ୍ୟ ଏନେଇ ଆଲୋଚନା କରିଛନ୍ତି । ମାର୍ଚ୍ଚ ଆରମ୍ଭରୁ ହିଁ ଅସହ୍ୟ ଗରମ ଓ ଖରା ଅନୁଭୂତ ହେଲାଣି । ସକାଳ ୮ଟାରୁ ହିଁ ଖରା ହେଉଛି । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ନୂଆ ଗାଇଡ୍ଲାଇନ୍ ଲାଗୁ କରିବେ ।
Powered by Froala Editor