ମା’କୁ ଘରେ ବନ୍ଦୀ କରି ମହାକୁମ୍ଭ ଚାଲିଗଲେ ପୁଅ-ବୋହୂ

ଝାଡ଼ଖଣ୍ଡର ରାମଗଢ଼ ଜିଲ୍ଲାର ଅରଗଡ୍ଡା ସରକାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମା’କୁ ଘରେ ବନ୍ଦୀ କରି ଜଣେ ସିସିଏଲ କର୍ମଚାରୀ ଗତସୋମବାର ସ୍ତ୍ରୀ ଓ ନିଜ ପିଲାଙ୍କୁ ଧରି ପ୍ରୟାଗରାଜର ମହାକୁମ୍ଭରେ ସ୍ନାନ କରି ପୂର୍ଣ୍ଣ୍ୟ ଅର୍ଜନ କରିବା ପାଇଁ ଚାଲି ଯାଇଥିଲେ।
ଏପଟେ ଘରେ ଭୋକ ଉପାସରେ ବୁଢୀ ମାଟି ପଡି ରହିଥିଲା। ଆଉ ସେପଟେ ପୁଅ ବୋହୂ ମହାକୁମ୍ଭରେ ମଜା ନେଉଥିଲେ। ଯେତେବେଳେ ଭୋକ ଅସହ୍ୟ ହେଲା। ସେତେବେଳକୁ ତିନି ଦିନ ହୋଇଗଲାଣି। ଭୋକରେ ଆଉଟୁ ପାଉଟୁ ହେଲାଣି ବୁଢୀ ମା ଭୋକ ସହି ନପାରି ଚିତ୍କାର କରିବାକୁ ଲାଗିଲା। ଆଉ ବୁଢୀ ମାଟିର ଚିତ୍କାର ଶୁଣି ପଡୋଶୀ ଦୌଡି ଆସିଲେ। ଆଉ ମାର ଦୁର୍ଦ୍ଦଶା ଦେଖି କାନ୍ଦି ପକାଇଲେ।
ପୁଲିସ ଏହି ଘଟଣା ସମ୍ପର୍କରେ ଫୋନ କରି ବୃଦ୍ଧଙ୍କ ପୁଅଙ୍କ ସହିତ କଥା ହୋଇଥିଲେ। ପୁଅ କହିଥିଲେ, ‘ଘରେ ସମସ୍ତ ପ୍ରକାର ଖାଦ୍ୟ ସାମଗ୍ରୀ ରଖି ଆମେ ମହାକୁମ୍ଭ ମେଳାକୁ ଆସିଥିଲୁ। ମା’ର ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲା। ତେଣୁ ସେ ନଆସି ଆମମାନଙ୍କୁ ଯିବାକୁ କହିଥିଲା।
ପରେ ଘଟଣା ସମ୍ପର୍କରେ ତାଙ୍କ ଝିଅ ଜାଣିବା ପରେ ସେଠାରେ ପହଞ୍ଚିଥିଲେ। ପ୍ରଥମେ ଘରୁ ବାହାର କରିବା ପରେ ମା’ଙ୍କୁ କିଛି ଖାଇବାକୁ ଦେଇଥିଲେ। ଆଉ ପରେ ତାଙ୍କୁ ସାଙ୍ଗରେ ନେଇ ଚାଲିଗଲେ।
Powered by Froala Editor