ଶିବପୁରୀରେ ଲଢୁଆ ବିମାନ ମିରାଜ ଦୁର୍ଘଟଣାଗ୍ରସ୍ତ

ଗୁରୁବାର ମଧ୍ୟପ୍ରଦେଶର ଶିବପୁରୀରେ ଭାରତୀୟ ବାୟୁସେନାର ମିରାଜ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଲଢୁଆ ବିମାନଟି ଜଳୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଘଟଣାରେ ବିମାନର ଉଭୟ ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି ।
ଦୁର୍ଘଟଣା ସମ୍ପର୍କରେ ଖବର ମିଳିବା ପରେ ସ୍ଥାନୀୟ ପ୍ରଶାସନ ଏକ ଟିମକୁ ଘଟଣାସ୍ଥଳକୁ ପଠାଇଛି । ଶିବପୁରୀର ବହରେଟା ସାନୀ ଗାଁ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ମିରାଜ ୨୦୦୦ ଲଢୁଆ ବିମାନଟି ଗୁରୁବାର ଅପରାହ୍ନ ପ୍ରାୟ ୨ଟା ୨୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରତିରକ୍ଷା ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ବିମାନଟି ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ଆହତ ପାଇଲଟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Powered by Froala Editor