ରେଲୱେ ବଜେଟ୍ରେ ଓଡ଼ିଶାକୁ ୧୦,୫୯୯ କୋଟି ମଞ୍ଜୁର

ଓଡ଼ିଶା ପାଇଁ ରେଳ ବଜେଟରେ ୧୦, ୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ଏ ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶାରେ ୧୦ ବର୍ଷରେ ୨୦୪୬ କିମି ନୂଆ ଟ୍ରାକ୍ ନିର୍ମାଣ ହୋଇଛି । ଓଡ଼ିଶାରେ ନବ ନିର୍ମିତ ଟ୍ରାକ୍ ମାଲେସିଆରେ ଥିବା ଟ୍ରାକ୍ଠୁ ଅଧିକ ବୋଲି କହିଛନ୍ତି ରେଳ ମନ୍ତ୍ରୀ । ଆଗରୁ ଏତେ ରେଳ ନେଟୱାର୍କ ନ ଥିଲା ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୬ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଛି । ଏହାସହ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି । ରାଜ୍ୟରେ ୫୯ ରେଳ ଷ୍ଟେସନର ନବୀକରଣ ହେଉଛି। ଆଗକୁ ଅଧିକ ଟ୍ରେନ ଓଡ଼ିଶାରେ ଗଡିବାର ଯୋଜନା ରହିଛି।
ସେହିପରି ଓଡ଼ିଶାରେ ୧୮୯୮ କିମି ଟ୍ରାକ୍ରେ କବଚ ଲାଗିବା କାମ ସରିଥିବା ନେଇ ସେ କହିଛନ୍ତି । ୧୦ ହଜାର ଲୋକ ମୋଟିଭରେ କବଚ ଲାଗିବ । ଆସନ୍ତା ୬ ବର୍ଷରେ ଦେଶରେ କବଚ ଲାଗିବା କାମ ଶେଷ ହେବ ବୋଲି ରେଳ ମନ୍ତ୍ରୀ କହିଛନ୍ତି ।
Powered by Froala Editor