Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ...

  • ବଦ୍ରିନାଥ ଧାମରୁ ଡେରାଡୁନର ସହସ୍ରଧାରା ...

  • ମୋଦୀଙ୍କୁ ନେଇ ଏମିତି ବୟାନ ଦେଲେ ଅମିତ ଶାହ

  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

  • ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ...

  • ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ...

  • ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ ...

  • ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ...

  • ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !

  • ‘ବିଗ୍ ବସ୍ ୨୦’ରେ ପ୍ରତିଯୋଗୀ ଧସ୍ତାଧସ୍ତି

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବଜେଟ: ଏହା କହିଲେ ଅର୍ଥମନ୍ତ୍ରୀ

ବଜେଟ: ଏହା କହିଲେ ଅର୍ଥମନ୍ତ୍ରୀ

2025-02-01 07:30:11
14909
Share:
Facebook
Twitter
E-Mail
WhatsApp
Telegram
ବଜେଟ: ଏହା କହିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ଅର୍ଥନୀତିରେ ସମୃଦ୍ଧି ସାରା ବିଶ୍ୱକୁ ଚକିତ କରିଛି । ଗତ ୧୦ ବର୍ଷରେ ଅନେକ ସଂସ୍କାର କରାଯାଇଛି । ଏଥର ବଜେଟରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । ମଧ୍ୟମ ଶ୍ରେଣୀର ଲୋକଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ପ୍ରଥମିକତା ଦିଆଯାଇଛି । କୃଷି ଉପôାଦନ ବୃଦ୍ଧି ଉପରେ ଗୁରୁତ୍ୱ ରହିଛି । ଏହାଦ୍ୱାରା ୧.୭ କୋଟି କୃଷକ ଉପକୃତ ହେବେ । ଏଡିବୁଲ ଅଏଲରେ ଆତ୍ମନିର୍ଭର ହେବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୬ ବର୍ଷିଆ ସ୍କିମ କେନ୍ଦ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି । ବିହାରରେ ଏକ ମକାନା ବୋର୍ଡ ଗଠନ କରାଯିବ ।
ଏହି ମକାନା ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ । ମତ୍ସ୍ୟ ଉପôାଦନରେ ଭାରତ ସାରା ବିଶ୍ୱରେ ଦ୍ୱିତୀୟ । ଟେକ୍ସଟାଇଲ ସେକ୍ଟର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ୟୁରିଆ ଉପôାଦନରେ ଦେଶକୁ ଆତ୍ମନିର୍ଭର କରିବୁ ।

ଏମଏସଏମଇ ବିକାଶର ଦ୍ୱିତୀୟ ଇଞ୍ଜିନ । ୭.୫ କୋଟି ଏମଏସଏମଇ କର୍ମଚାରୀଙ୍କ ଉପରେ ଫୋକସ ରହିଛି । ଏମଏସଏମଇ କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁର କରାଯିବ । ଯୁବକଙ୍କୁ ଏମଏସଏମଇ ଦ୍ୱାରା ଅଧିକ ନିଯୁକ୍ତି ଦେଇ ହେବ । ଅଣଚମଡ଼ା ଶିଳ୍ପ ଉପରେ ଏଥଣ ଫୋକସ ରହିବ ।  ଅଣଚମଡ଼ା ଶିଳ୍ପ ଦ୍ୱାରା ୨୨ ଲକ୍ଷ ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । 

ପୁଞ୍ଜିନିବେଶ ବିକାଶର ତୃତୀୟ ଇଞ୍ଜିନ । ସକ୍ଷମ ଅଙ୍ଗନବାଡ଼ି ଯୋଜନା ଦ୍ୱାରା ଉପକୃତ ହେବେ ୮କୋଟି ପିଲା  ।୧ କୋଟି ଗର୍ଭବତୀ ଓ ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ । ୧୦ ବର୍ଷରେ ମେଡିକାଲ ସିଟ ୧.୧ ଲକ୍ଷ ବୃଦ୍ଧି ଘଟିଛି । ସବୁ ଜିଲ୍ଲା ହସ୍ପିଟାଲରେ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ରହିବ । 

ଏଣିକି ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ରହିବ । ସେହିଭଳି ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫୦୦ କୋଟିର ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । 

ମେଡିକାଲ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ ।  ଆସନ୍ତା ବର୍ଷ ଆଉ ୧୦ ହଜାର ମେଡିକାଲ ସିଟ ବୃଦ୍ଧି କରାଯିବ । ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର ମେଡିକାଲ ସିଟ ବୃଦ୍ଧି କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । 

ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି । ୨୦୨୮ ସୁଦ୍ଧା ଜଳ ଜୀବନ ମିଶନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୧୧ ଗିଗା ୱାଟ ପରମାଣୁ ଶକ୍ତି ଉପôାଦନ ନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ନୁ୍ୟକ୍ଲିର ଏନର୍ଜି ମିଶନ ପ୍ରତିଷ୍ଠା କରାଯିବ । ନୁ୍ୟକ୍ଲିର ଏନର୍ଜି ମିଶନ ପାଇଁ ୨୦ ହଜାର କୋଟି ବ୍ୟୟ ବରାଦ କରାଯାଇଛି । କ୍ଷୁଦ୍ର ମଡୁ୍ୟଲାର ରିଆକ୍ଟର ପ୍ରତିଷ୍ଠା କରି ଶକ୍ତି ଉପôାଦନ କରାଯିବ । ପରମାଣୁ ଶକ୍ତି ପାଇଁ ୨୦ ହଜାର କୋଟି ନିବେଶହେବ ।  ମଡିଫାଏଡ ଉଡ଼ାଣ ସ୍ମିମ ଲାଗୁ ହେବ । ଯୋଡ଼ି ହେବେ ଆଉ ୪ କୋଟି ବିମାନ ଯାତ୍ରୀ । ବିହାର ପାଟନାରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । 

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ପର୍ଯ୍ୟଟନ ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଉଛି ସୁଧମୁକ୍ତ ଋଣ । ଆଗାମୀ ୫୦ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ ସୁଧମୁକ୍ତ ଋଣ ପ୍ରଦାନ କରାଯିବ । ଏହାଛଡ଼ା ଜିଓ ସ୍ପେଶାଲ ମିଶନ ପ୍ରତିଷ୍ଠା କରାଯିବ । ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଜରିଆରେ ଏହାକୁ ପ୍ରତିଷ୍ଠା କରାଯିବ । ବୈଷୟିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ୧୦ ହଜାର ଫେଲୋସିପ ଦିଆଯିବ । 

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଆୟକର ବିଲ ଆସିବ ବୋଲି କହିଛନ୍ତି । ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ ଆସିବ ବୋଲିସେ କହିଛନ୍ତି ।  ବୀମା କ୍ଷେତ୍ରରେ ଏଫଡିଆଇ ୭୫ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ସେ କହିଛନ୍ତି ଯେ ଖେଳନା ତିଆରି ଶିଳ୍ପକୁ ଅଧିକ ଗୁରୁତ୍ୱ ଦିଆଯିବ । ଭାରତ ଖେଳନା ଶିଳ୍ପର ଗ୍ଲୋବାଲ ହବ ହେବ । ଗିଗ ୱାର୍କର୍ସଙ୍କ ପାଇଁ ଆଇଡି କାର୍ଡର ବ୍ୟବସ୍ଥା କରାଯିବ । ସବୁ ଘରକୁ ଟ୍ୟାପ ଯୋଗେ ଜଳଯୋଗାଣ ଲକ୍ଷ୍ୟ ହାସଲ କରାଯାଇଛି । ଏସଏଚଜି ପାଇଁ ଗ୍ରାମୀଣ କ୍ରେଡିଟ କାର୍ଡ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । 

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କେଉଁ କେଉଁ ଜିନିଷ ଶସ୍ତା ହେବ ତାହାର ତଥ୍ୟ ମଧ୍ୟ ରଖିଛନ୍ତି । ଏଲଇଡି ଟିଭି ଉପରୁ  କର ହ୍ରାସ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଛଡ଼ା ଇଭିରେ ବ୍ୟବହାର ହେଉଥିବା ବ୍ୟାଟେରୀ ଉପରୁ ମଧ୍ୟ କର ହ୍ରାସ କରାଯାଇଛି । ମୋବାଇଲ ବ୍ୟାଟେରୀ, ଚମଡ଼ାଜାତ ଦ୍ରବ୍ୟର ଦର ମଧ୍ୟ କମିବ । ଏହାଛଡ଼ା ଜୀବନ ରକ୍ଷାକାରୀ ଔଷଧ ମଧ୍ୟ ଶସ୍ତା ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । କ୍ୟାନସର ଓ ଅନ୍ୟ ଦୂରାରୋଗ୍ୟ ବ୍ୟାଧି ପାଇଁ ବ୍ୟବହାର ହେଉଥିବା ଔଷଧର ଦାମ ମଧ୍ୟ କମିବ । ୩୬ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ । ୩୬ ଜୀବନ ରକ୍ଷାକାରୀ ଔଷଧ ଉପରୁ କଷ୍ଟମ ଡୁ୍ୟଟି ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । 

Powered by Froala Editor

Tags Budget

Related articles Odisha News Lens 4.1

  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....
    ବିଶେଷ

    ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15168
    Oct 30, 2026
  • ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ
    ଦେଶ-ଦେଶାନ୍ତର

    ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ

    14759
    Oct 29, 2026
  • ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ

    14109
    Oct 29, 2026
  • ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

    14215
    Oct 29, 2026
  • ମୋଦୀଙ୍କୁ ନେଇ ଏମିତି ବୟାନ ଦେଲେ  ଅମିତ ଶାହ
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ନେଇ ଏମିତି ବୟାନ ଦେଲେ ଅମିତ ଶାହ

    14782
    Oct 30, 2026
  •  ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ କିସ୍ତି ଟଙ୍କା
    ଦେଶ-ଦେଶାନ୍ତର

    ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ କିସ୍ତି ଟଙ୍କା

    13842
    Oct 29, 2026
  • ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ରାହୁଲଙ୍କ ନିବେଦନ
    ଦେଶ-ଦେଶାନ୍ତର

    ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ରାହୁଲଙ୍କ ନିବେଦନ

    15192
    Oct 30, 2026
  • ‘ବିଗ୍ ବସ୍ ୨୦’ରେ ପ୍ରତିଯୋଗୀ ଧସ୍ତାଧସ୍ତି
    ଦେଶ-ଦେଶାନ୍ତର

    ‘ବିଗ୍ ବସ୍ ୨୦’ରେ ପ୍ରତିଯୋଗୀ ଧସ୍ତାଧସ୍ତି

    14388
    Oct 29, 2026
  • ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !
    ମନୋରଞ୍ଜନ

    ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !

    15004
    Oct 29, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ

    14759
    Oct 29, 2026
  • ଦେଶ-ଦେଶାନ୍ତର

    ‘ବିଗ୍ ବସ୍ ୨୦’ରେ ପ୍ରତିଯୋଗୀ ଧସ୍ତାଧସ୍ତି

    14388
    Oct 29, 2026
  • ଦେଶ-ଦେଶାନ୍ତର

    ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ରାହୁଲଙ୍କ ନିବେଦନ

    15192
    Oct 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17237
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17936
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17878
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18303
    Sep 06, 2023

ବିଶେଷ

  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15168
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14841
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16034
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14961
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15693
    Oct 23, 2026

ବାଣିଜ୍ୟ

କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

ଭୁବନେଶ୍ୱରର ଅଗ୍ରଣୀ ଡାଏଗ୍ନୋଷ୍ଟିକ ସେଣ୍ଟର ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ସୋନୋମାମ୍ମୋଗ୍ରାଫି ଉପରେ ଫ୍ଲାଟ୍ ୧୫% ରିହାତି ଘୋଷଣା କଲା

ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡରେ କିଓରବେ ଦ୍ଵାରା ପ ...

  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    16103
    Oct 26, 2026
  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    14294
    Oct 25, 2026
  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    15137
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14839
    Oct 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ

    14109
    Oct 29, 2026
  • ‘ବିଗ୍ ବସ୍ ୨୦’ରେ ପ୍ରତିଯୋଗୀ ଧସ୍ତାଧସ୍ତି

    14388
    Oct 29, 2026
  • ମୋଦୀଙ୍କୁ ନେଇ ଏମିତି ବୟାନ ଦେଲେ ଅମିତ ଶାହ

    14782
    Oct 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In