ତରକାରୀ ଲୁଣିଆ ହୋଇଯାଇଛି, କ’ଣ କରିବେ ଜାଣନ୍ତୁ

ଆମେ ରୋଷେଇ କରୁଥିବା ସମୟରେ ପ୍ରାୟ ସମୟରେ ତରକାରୀରେ ଲୁଣ ଅଧିକ ପଡ଼ିଯାଏ । ଯାହା ପାଟିକୁ ଅରୁଚି ଲାଗିବା ସହିତ ପୁରା ତରକାରୀ ନଷ୍ଟ ହୋଇଯାଏ । ଏପରି କ୍ଷେତ୍ରରେ କିଛି ଘରୋଇ ଟିପ୍ସ ଆପଣାଇ ଆପଣ ତରକାରୀକୁ ଲୁଣିଆ ମୁକ୍ତ କରିପାରିବେ । ଯଦି ଆପଣ ରୋଷେଇ କରୁଥିବା ସମୟରେ ଭୁଲରେ ତରକାରୀ ଅଧିକ ଲୁଣ ପଡ଼ିଯାଇଛି ତେବେ କ’ଣ କରିବେ ଜାଣନ୍ତୁ
- ତରକାରୀରେ ଲୁଣ ଅଧିକ ହୋଇଗଲେ ସେଥିରେ ଆଳୁ ଚୋପା ଛଡେଇ ପକାଇ ଦିଅନ୍ତୁ। ଖାଦ୍ୟ ପରସିଲା ବେଳେ ଆଳୁକୁ ବାହାର କରି ଦିଅନ୍ତୁ। ଦେଖିବେ ତରକାରୀ ଆଉ ଲୁଣିଆ ଲାଗିବ ନାହିଁ।
- ସେହିପରି ଲୁଣିଆ ତରକାରୀରେ ଅଟା ଗୁଲା କରି ପକାଇ ପାରିବେ। ଖାଇଲା ବେଳେ ଏହାକୁ ବାହାର କରି ନେବେ ।
- ଯଦି ଆପଣ ଚାହିଁଲେ ଲୁଣିଆ ତରକାରୀରେ ଏକ ବା ଦୁଇ ଚାମଚ ଦହି ପକାଇ ପାରିବେ।
- ଡାଲିରେ ଲୁଣ ଅଧିକ ହୋଇଗଲେ ସେଥିରେ ଲେମ୍ବୁ ରସ ପକାଇ ଦିଅନ୍ତୁ। ଦେଖିବେ ଲୁଣ ମାତ୍ରା କମିଯିବ।
- ଯଦି ତରକାରୀ ଅଧିକ ରାଗ ହୋଇଯାଏ, ତେବେ ସେଥିରେ ଏକ ଚାମଚ ଘିଅ ମିଶାଇ ଦିଅନ୍ତୁ।
Powered by Froala Editor