ଫିଲ୍ମ କ୍ୟାରିୟରରେ ଫୁଲ୍ଷ୍ଟପ୍ ଲଗାଇବେ କି ରଶ୍ମିକା ?
ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ବଲିଉଡ୍ରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ହିନ୍ଦୀ ଫିଲ୍ମ ‘ଆନିମଲ୍’ ପରେ ସେ ବଲିଉଡ୍ରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସଲମାନ ଖାନଙ୍କ ‘ସିକନ୍ଦର’ ଏବଂ ବିକି କୌଶଲଙ୍କ ‘ଛାଓ୍ବା’ ରେ ରଶ୍ମିକାଙ୍କୁ ଖୁବ ଶୀଘ୍ର ଦେଖିବାକୁ ମିଳିବ।
ନିକଟରେ ରଶ୍ମିକାଙ୍କୁ ନେଇ ଏକ ଖବର ଆସିଛି, ଯାହାକୁ ଶୁଣି ତାଙ୍କ ପ୍ରଶଂସକମାନେ ନିଶ୍ଚିତ ଦୁଃଖ ପ୍ରକାଶ କରିବେ। ଅବସର ନେବାକୁ ପ୍ରସ୍ତୁତ କହି ଚର୍ଚ୍ଚାରେ ରଶ୍ମିକା ଅଛନ୍ତି ମନ୍ଦାନା। ଗୋଟିଏ ପଟେ ପ୍ରଶଂସକମାନେ ତାଙ୍କୁ ପରଦାରେ ଦେଖିବାକୁ ବ୍ୟାକୁଳ ଥିବା ବେଳେ ସେ ଏଭଳି ବୟାନକୁ ନେଇ ଖବର ଶିରୋନାମା ପାଲଟିଛନ୍ତି।
ବୁଧବାର ‘ଛାଓ୍ବା’ ଫିଲ୍ମର ଟ୍ରେଲର ଲଞ୍ଚ ହୋଇଛି। ଏହାକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି। ଏହାକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ହସ ଥଟ୍ଟା କରୁଥିବା ବେଳେ ସେ ଏହି ଫିଲ୍ମ ପରେ ଅବସର ନେବାକୁ ପ୍ରସ୍ତୁତ ବୋଲି କହିଥିଲେ।
ଅନ୍ୟପଟେ ତାଙ୍କ ଗୋଡରେ ଆଘାତ ଲାଗିଥିବା ଖବର ଆସିଛି । ଯାହାକି ତାଙ୍କ ଫ୍ୟାନ୍ଙ୍କୁ ଦୁଃଖି କରିଛି । ସେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଜିମ୍ କରିବା ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଛି। ରଶ୍ମିକା ନିଜେ ଏକ ପୋଷ୍ଟ ଶେୟାର କରି ଗୋଡରେ ଆଘାତ ଳାଗିଥିବା ସୂଚନା ଦେଇଛନ୍ତି। ଆଘାତ ସତ୍ତ୍ୱେ ରଶ୍ମିକା ତାଙ୍କ କାମରୁ ଛୁଟି ନେଇନାହାଁନ୍ତି।
Powered by Froala Editor