ଘରେ ଅଶାନ୍ତି ଦେଖାଦେଉଥିଲେ, କରନ୍ତୁ ଏହା
ଘରର ବାତାବରଣ ସବୁଠୁ ନିଆରା । ସମସ୍ତଙ୍କ ପାଇଁ ଘର ସବୁଠୁ ଶାନ୍ତିପୂର୍ଣ୍ଣ ସ୍ଥାନ ହୋଇଥାଏ । କିନ୍ତୁ ଅନେକ ସମୟରେ ଦେଖାଯାଏ ଘରେ ଛୋଟକଥା ପାଇଁ ଅଶାନ୍ତି ଲାଗି ରହିଥାଏ । ଏହାର କାରଣ ଅନେକ ରହିଛି । ବାସ୍ତୁ ଅନୁସାରେ ଘରର ରଙ୍ଗ, ଘରର ଉର୍ଜା, ଘରର ଲୋକମାନେ ଯଦି ଠିକ୍ ଥାଆନ୍ତି ତେବେ ଘରେ ସୁଖଶାନ୍ତି ରହିଥାଏ । ଏଥିମଧ୍ୟରୁ ଯଦି କୌଣସିଟି ଠିକ୍ ରହିନଥାଏ, ତେବେ ଘରେ ଅଶାନ୍ତି ଦେଖାଦେଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଘରେ କେବଳ ହାଲ୍କା ରଙ୍ଗ ବ୍ୟବହାର କରନ୍ତୁ, ଲିଭିଙ୍ଗ ଏରିଆରେ ହାଲ୍କା ହଳଦିଆ, ଗୋଲାପି କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ ଓ ଛାତକୁ ସର୍ବଦା ଧଳା ରଖନ୍ତୁ । ବାସି ଖାଇବା, ଉପଯୋଗୀ ହେଉନଥିବା ଜିନିଷ , ଅବ୍ୟବହୃତ ଚପଲ ଆଦିକୁ ଘରେ ରଖନ୍ତୁ ନାହିଁ । ଏହା ସହ ଘରେ ବଡ ପାଟିରେ କଥା ହୁଅନ୍ତୁ ନାହିଁ ଓ ଘରର ମୁଖ୍ୟ ଦ୍ୱାର ସର୍ବଦା ଅନ୍ୟ କବାଟଠାରୁ ବଡ ହେବା ଉଚିତ୍ ନଚେତ୍ ଘରେ ସର୍ବଦା ଟଙ୍କା ସମ୍ବନ୍ଧୀୟ ସମସ୍ୟା ଲାଗି ରହିଥାଏ । ଗାଧୁଆ ଘର କିମ୍ବା ୱାଶିଂ ମେଶିନରେ ଥିବା ଟ୍ୟାପରୁ ଟପ୍ ଟପ୍ ହୋଇ ପାଣି ବୋହିବା ଉଚିତ୍ ନୁହେଁ । ଏହାଛଡା ଭଙ୍ଗା କାଚ ଓ ବସ୍ତୁ ଘରେ ଏଣେତେଣେ ପଡିବା ଉଚିତ୍ ନୁହେଁ, ଏହା ଘରର ସଦସ୍ୟଙ୍କ ମାନସିକ ଚାପ ବଢାଇଥାଏ । ତେଣୁ ଘରକୁ ସର୍ବଦା ସଫାସୁତୁରା ରଖନ୍ତୁ ।
Powered by Froala Editor