ଭଲ ରୋଜଗାର କରୁଛି ‘ଏମର୍ଜେନ୍ସି’, କିନ୍ତୁ ପଞ୍ଜାବରେ ବନ୍ଦ

କଙ୍ଗନାଙ୍କ ଫିଲ୍ମ ଏମର୍ଜେନ୍ସି ସିନେମା ହଲରେ ରିଲିଜ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ୧୯୭୫ ମସିହାରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ଆଧାରିତ ଏହି ଫିଲ୍ମ ପ୍ରଥମ ଦିନରେ ୨.୫ କୋଟି ଟଙ୍କା ରୋଜଗାର କରିଥିଲା। ଫିଲ୍ମର ମୋଟ ଆୟ ୪.୨୪ କୋଟି ଟଙ୍କାରେ ପହଞ୍ଚିଛି। ଫିଲ୍ମବିଟ୍ ଅନୁଯାୟୀ, କଙ୍ଗନାଙ୍କ ଫିଲ୍ମଟି ପ୍ରାୟ ୨୫ କୋଟିରେ ନିର୍ମିତ ହୋଇଛି, ଏହି ଅନୁସାରେ, ଫିଲ୍ମଟି ଏହାର ମୋଟ ବଜେଟର ୨୦ ପ୍ରତିଶତରୁ ଅଧିକ ଆୟ କରିସାରିଛି।
ଏହି ଫିଲ୍ମରେ କଙ୍ଗନା କେବଳ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିନାହାଁନ୍ତି ବରଂ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ସେହିପରି ଶ୍ରେୟସ ତଲପଡେ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରୁଥିବାର ଦେଖାଯାଉଛି। ଅନୁପମ ଖେର ଏବଂ ମିଲିନ୍ଦ ସୋମନଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି।
ତେବେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍ଜିପିସି) ଏବଂ ଅନ୍ୟ ଶିଖ୍ ସଂଗଠନଗୁଡ଼ିକ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାରୁ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍ଙ୍କ ‘ଏମର୍ଜେନ୍ସି’ ଫିଲ୍ମ ପଞ୍ଜାବର ସିନେମାହଲ୍ ଗୁଡ଼ିକରେ ପ୍ରଦର୍ଶିତ ହୋଇନାହିଁ। ଉକ୍ତ ଚଳଚ୍ଚିତ୍ରକୁ ବେଆଇନ ଘୋଷଣା କରିବା ପାଇଁ ଅଧିକାଂଶ ରାଜନେତା ଦାବି କରିଛନ୍ତି।
Powered by Froala Editor