ସୈଫଙ୍କୁ ଅଟୋ ରିକ୍ସାରେ ନେଇ ଜୀବନ ବଞ୍ଚାଇଲେ ବଡ଼ ପୁଅ
ମୁମ୍ବାଇର ବାନ୍ଦ୍ରାସ୍ଥିତ ଘର ଭିତରେ ବିଲଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ କ୍ରମାଗତ ଭାବେ ୬ଥର ଛୁରାମାଡ଼ ହୋଇଥିଲା। ଏହି ଛୁରାମାଡ଼ରେ ସୈଫ ଗୁରୁତର ଆହତ ହୋଇଥିଲେ। ଏମିତିରେ ତାଙ୍କୁ ବଡ଼ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ୍ ରକ୍ଷା କରିଥିବା ଜଣାପଡ଼ିଛି।
ଖବର ମିଳିଛି କି, ସୈଫ ଗୁରୁତର ଆହତ ହେବାପରେ ତାଙ୍କୁ ଚିକିତ୍ସା ପାଇଁ ପୁଅ ଇବ୍ରାହିମ ଅଲି ଖାନ ଏକ ଅଟୋରିକ୍ସା ଯୋଗେ ମୁମ୍ବାଇସ୍ଥିତ ଲୀଳାବତୀ ହସ୍ପିଟାଲ ନେଇଯାଇଥିଲେ। କାରଣ ଏହି ସମୟରେ ଘରେ କେହି ବି ଜଣେ ହେଲେ ଚାଳକ ଉପସ୍ଥିତ ନଥିଲେ।
ଏମିତି କି ଇବ୍ରାହିମ ଯାହାଙ୍କୁ ଫୋନ କରିଥିଲେ ସୈଫଙ୍କୁ ହସ୍ପିଟାଲ ନେବାକୁ କେହିବି ସଙ୍ଗେସଙ୍ଗେ ପ୍ରସ୍ତୁତ ନଥିଲେ। ଅନ୍ୟ ଲୋକଙ୍କ ସାହାଯ୍ୟରେ ସୈଫଙ୍କୁ ହସ୍ପିଟାଲ ନେବାକୁ ହୋଇଥିଲେ ସମୟ ଲାଗି ଥାଆନ୍ତା। ତେଣୁ ଇବ୍ରାହିମ ସମୟ ନଷ୍ଟ ନକରି ଅଟୋରିକ୍ସା ଯୋଗେ ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଲୀଳାବତୀ ହସ୍ପିଟାଲ ସୈଫଙ୍କ ଘର ଠାରୁ ମାତ୍ର ୨କିଲୋମିଟର ଦୂରରେ ଅବସ୍ଥିତ। ସୈଫ ଏବେ ସୁରକ୍ଷିତ ଅଛନ୍ତି। ତାଙ୍କର ସର୍ଜରୀ ଶେଷ ହୋଇଛି। ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ପୋଲିସ ଘଟଣାର ତଦନ୍ତ କରିଛି।
Powered by Froala Editor