ଘରେ ମୂଷାଙ୍କ ପ୍ରାଦୁର୍ଭାବ ବଢୁଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ଘରକୁ ମୂଷା ଆସିବା ପରେ ଲୋକମାନେ ସେମାନଙ୍କୁ ଘରୁ କିପରି ବାହାର କରିବେ ସେ ନେଇ ଚିନ୍ତାରେ ପଡ଼ି ଯାଆନ୍ତି। କାରଣ ମୂଷା ଘରେ ଥିବା ସବୁ ଜିନିଷକୁ ନଷ୍ଟ କରି ଦେଇଥାନ୍ତି । ଏହା ସହ ସେମାନଙ୍କଠାରୁ ଆସୁଥିବା ଜୀବାଣୁର ସଂସ୍ପର୍ଶରେ ଆସିବା ପରେ ଅନେକ ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ । ଏଭଳି ପରିସ୍ଥିତିରେ ଲୋକମାନେ ମୂଷାମାନଙ୍କୁ ଘରୁ ବାହାର କରିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ଯାହାର କୌଣସି ସୁଫଳ ମିଳି ନ ଥାଏ । ଔଷଧର ପ୍ରଭାବ ସରିବା ପରେ ମୂଷାମାନେ ପୁଣି ଘରେ ଜିନିଷ ନଷ୍ଟ କରିବାରେ ଲାଗି ଯାଇଥାନ୍ତି । ଆସନ୍ତୁ ଜାଣିବା ଏହି ସମସ୍ୟାରୁ ରକ୍ଷା ପାଇବାର କିଛି ଘରୋଇ ଉପାୟ।
୧. ମୂଷାକୁ ଘରୁ ବାହାର କରିବା ପାଇଁ ପିଆଜ ବ୍ୟବହାର କରନ୍ତୁ । ମୂଷାମାନଙ୍କୁ ପିଆଜର ଗନ୍ଧ ପସନ୍ଦ ହୋଇ ନଥାଏ। ଘରର ଯେଉଁଠି ମୂଷା ଥିବା ଦେଖୁଛନ୍ତି ସେଠାରେ ପିଆଜର ଏକ ଖଣ୍ଡ ରଖିଦିଅନ୍ତୁ । କିଛି ଦିନ ପରେ ପ୍ରଭାବ ଜାଣି ପାରିବେ ।
୨. ଘରର ଯେଉଁଠି ମୂଷା ଦେଖୁଛନ୍ତି ସେଠାରେ ଗୋବର ରଖନ୍ତୁ । ଗୋବରକୁ ଖାଇବା ପରେ ମୂଷା ପେଟରେ ସଂକ୍ରମଣ ହେବା ସହ ସେ ମରି ଯାଇଥାଏ ।
୩. ତେଜପତ୍ରର ସୁଗନ୍ଧ ମୂଷାମାନଙ୍କୁ ମିଠା ଲାଗୁଥିବା ବେଳେ ସେମାନେ ତେଜପତ୍ରକୁ ଖାଇ ଦେଇଥାନ୍ତି । ଏହାକୁ ଖାଇବାର କିଛି ସମୟ ପରେ ସେ ମୃତ୍ୟୁବରଣ କରିଥାନ୍ତି । ଘରୁ ମୂଷାକୁ ବାହାର କରିବା ପାଇଁ ଏ ଉପାୟ ମଧ୍ୟ ଆପଣାଇ ପାରିବେ ।
୪. ଗୋଲ ମରିଚ ଚୁନାକୁ ପାଣିରେ ମିଶାଇ ମୂଷା ରହୁଥିବା ସ୍ଥାନରେ ସ୍ପ୍ରେ କରନ୍ତୁ । ଏପରି କଲେ ମୂଷା ଘର ଛାଡ଼ି ଚାଲିଯିବେ ।
Powered by Froala Editor