ସ୍ତ୍ରୀ ସହ ଝଗଡ଼ା ପରେ ଝୁଲି ପଡ଼ିଲେ ସ୍ୱାମୀ
ବ୍ୟବସାୟରେ ଭାଗବଣ୍ଟାକୁ ନେଇ ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ୩୯ ବର୍ଷୀୟ ଯୁବକ ପୁନିତ ଖୁରାନା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଦିଲ୍ଲୀରେ ଥିବା ବାସଭବନରେ ପୁନିତଙ୍କ ମୃତଦେହ ମିଳିଛି। ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ଦିଲ୍ଲୀର ମଡେଲ ଟାଉନ୍ର କଲ୍ୟାଣ ବିହାର ଅଞ୍ଚଳରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଦିଲ୍ଲୀର ଏକ ପ୍ରସିଦ୍ଧ କାଫେର ପ୍ରତିଷ୍ଠାତା ଥିଲେ ପୁନିତ ଖୁରାନା ଓ ତାଙ୍କ ପତ୍ନୀ ମନିକା ଜଗଦୀଶ ପାହୱା। ମନିକା ଓ ପୁନିତ ୨୦୧୬ରେ ବିବାହ କରିଥିଲେ। ଏହା ପରେ ଦୁହେଁ ମିଶି ଏକ କାଫେ ଆରମ୍ଭ କରିଥିଲେ। ହେଲେ ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ବଢ଼ିଥିଲା। ଏନେଇ ଛାଡ଼ପତ୍ର ଯାଏ କଥା ପହଞ୍ଚିଥିଲା। ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ପୁନିତଙ୍କୁ କାଫେରେ ଖର୍ଚ୍ଚ କରିଥିବା ଟଙ୍କା ମାଗୁଥିଲେ ମନିକା। ମଙ୍ଗଳବାର ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ପରେ ପୁନିତ ଜୀବନ ହାରିଥିବା କୁହାଯାଉଛି।
ପୁନିତ ଖୁରାନାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ପତ୍ନୀଙ୍କ ଉପରେ ଖୁବ୍ ଅସନ୍ତୁଷ୍ଟ ଥିଲେ। ମୃତ୍ୟୁ ପୂର୍ବରୁ ୩୦ ତାରିଖ ବିଳମ୍ବିତ ରାତିରେ ପତ୍ନୀଙ୍କୁ ଫୋନ୍ କରିଥିଲେ ପୁନିତ। ସେହି ସମୟରେ ସେମାନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ସାମ୍ନାକୁ ଆସିଛି। ୧୬ ମିନିଟ୍ରେ ଏହି ବାର୍ତ୍ତାଳପରେ ପୁନିତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କେବଳ ଝଗଡ଼ା ହୋଇଛି। ଏମିତିକି ପୁନିତଙ୍କୁ ତାଙ୍କ ପତ୍ନୀ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଛନ୍ତି।
Powered by Froala Editor