ଆକସ୍ମିକ ମୃତ୍ୟୁ ପଛରେ କରୋନା ଟିକାର ଭୂମିକା ନାହିଁ
ଆକସ୍ମିକ ମୃତ୍ୟୁ ପାଇଁ କରୋନା ଟିକା ଦାୟୀ ନୁହେଁ। ଏହାପଛରେ କରୋନା ଟିକାର କୌଣସି ଭୂମିକା ନାହିଁ। କରୋନା ଟିକାକୁ ନେଇ ଏଭଳି କିଛି ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଏହାକୁ ନେଇ ସେ ସଂସଦରେ ସ୍ପଷ୍ଟିକରଣ ରଖିଛନ୍ତି।
ସୋସିଆଲ ମିଡିଆରେ ଲୋକମାନେ କହିଛନ୍ତି ଯେ କରୋନା ଟିକା ଯୋଗୁଁ ଦେଶରେ ହୃଦଘାତ ମୃତ୍ୟୁ ସଂଖ୍ୟା ବଢୁଛି। କେତେକ ଲୋକ ଏହାକୁ ଏକ ଗୁଜବ ବୋଲି ଭାବୁଥିବାବେଳେ କେତେକ ଏହାକୁ ସତ ବୋଲି ଭାବନ୍ତି । ତେବେ ବର୍ତ୍ତମାନ ଭାରତ ସରକାରଙ୍କ ଉତ୍ତର ଏହା ଉପରେ ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ରାଜ୍ୟ ସଭାରେ କହିଛନ୍ତି ଯେ ଦେଶରେ ହୃଦଘାତ ହେତୁ ଆକସ୍ମିକ ମୃତ୍ୟୁ ପଛରେ କୋଭିଡ ଟିକା କାରଣ ନୁହେଁ।
ଦେଶରେ କରୋନା ସଙ୍କଟ ପରେ ହଠାତ୍ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ନେଇ ଅନେକ ରିପୋର୍ଟରେ ଦାବି କରାଯାଇଥିଲା। ଏବେ ଏହାକୁ ନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନର ରିପୋର୍ଟକୁ ସରକାର ସଂସଦ ଏବଂ କୋର୍ଟରେ ଉପସ୍ଥାପନ କରିଛନ୍ତି। କୋଭିଡ ଟିକା ଯୋଗୁ ଯୁବପିଢ଼ିଙ୍କ ମଧ୍ୟରେ ଆକସ୍ମିକ ମୃତ୍ୟୁ ହେବାର ଆଶଙ୍କା ବଢ଼ୁନି ବରଂ ଏହି ବିପଦ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମଙ୍ଗଳବାର ରାଜ୍ୟସଭାରେ ସ୍ପଷ୍ଟିକରଣ ରଖିଛନ୍ତି।
Powered by Froala Editor