ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ ପ୍ରସଙ୍ଗରେ ଏହା କହିଲେ ଶେହବାଜ ଶରିଫ

ନୂଆଦିଲ୍ଲୀ: ଆଗାମୀ ୨୦୨୫ରେ ପାକିସ୍ତାନରେ ଆୟୋଜନ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଦୁଇ ଦେଶର କ୍ରିକେଟ ବୋର୍ଡ ଏବଂ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ମଧ୍ୟରେ ବୁଝାମଣା ଜାରି ରହିଛି। ହେଲେ ଏହି ବିବାଦରେ ଏଣ୍ଟ୍ରି କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ମୁଖ୍ୟ ମୋହସିନ ନକଭୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସମସ୍ତ ତଥ୍ୟ ଦେଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଶରିଫ କହିଛନ୍ତି, ପାକିସ୍ତାନକୁ ନିଜ ଆତ୍ମସମ୍ମାନ ସହିତ ବୁଝାମଣା କରିବା ଅନୁଚିତ।
ଶରିଫ କହିଛନ୍ତି, କେବଳ ଟଙ୍କା ବିଷୟରେ ଚିନ୍ତା କରିବା ଉଚିତ ନୁହେଁ। ଜନତାଙ୍କ ଭାବନାକୁ ବି ଧ୍ୟାନରେ ରଖିବା ଆବଶ୍ୟକ। ପାକିସ୍ତାନରେ ପ୍ରଧାନମନ୍ତ୍ରୀ ହିଁ ଜାତୀୟ କ୍ରିକେଟ ବୋର୍ଡର ସଂରକ୍ଷକ। ତେଣୁ ଦୁଇଦେଶ ମଧ୍ୟରେ ବିବାଦ ସମ୍ପର୍କରେ ପିସିପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଶରିଫ ଦେଶର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ପିସିବିକୁ ପରାମର୍ଶ ଦେଇଛନ୍ତି।
Powered by Froala Editor