ଆଦାନୀ ଗ୍ରୁପ ସହ ଡିଲ୍ ବାତିଲ କଲା କେନିଆ
ଆଦାନୀ ଗ୍ରୁପ ସହ ୭୩୬ ମିଲିୟନ ଡଲାରର ଡିଲକୁ ବାତିଲ କରିଛି କେନିଆ । ଆମେରିକୀୟ ଅଦାଲତ ଅଦାନି ଗ୍ରୁପ୍ ଉପରେ ଦୁର୍ନୀତି ଅଭିଯୋଗ ଆଣିବା ପରେ କେନିଆ ସରକାର ଏହାର ପ୍ରକଳ୍ପକୁ ବାତିଲ କରିବାକୁ ଘୋଷଣା କରିଛନ୍ତି।
କେନିଆର ରାଷ୍ଟ୍ରପତି ୱିଲିୟମ ଋଟୋ ନିଜେ ଆଦାନୀ ଗ୍ରୁପ ସହ ଡିଲ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନିଆର ମୁଖ୍ୟ ଏୟାରପୋର୍ଟ ଗୌତମ ଆଦାନୀଙ୍କ ପାଖକୁ ଯିବାର ଥିଲା। ଏୟାରପୋର୍ଟ ଆବଶ୍ୟକ ସମସ୍ତ ସାମଗ୍ରୀ କେନିଆ ଆଦାନୀ ଗ୍ରୁପ ଠାରୁ ନେଇଥାଆନ୍ତା। ହେଲେ ଉକ୍ତ ସାମଗ୍ରୀର କ୍ରୟକୁ ବାତିଲ କରାଯାଇଛି।
ଆମେରିକା ସରକାରଙ୍କ ଅଭିଯୋଗ ଅନୁସାରେ ଏକ ସୌର ଶକ୍ତି କଣ୍ଟ୍ରାକ୍ଟ ଜିତିବା ପାଇଁ ସେ ଭାରତ ସରକାରଙ୍କ ଅଧିକାରୀମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଭାରତରେ ସୌର ଚୁକ୍ତି ଜିତିବା ପାଇଁ କମ୍ପାନିକୁ ସୁହାଇଲା ପରି ସର୍ତ୍ତ ବଦଳରେ ଭାରତୀୟ ଅଧିକାରୀମାନଙ୍କୁ ୨୬୫ ନିୟୁତ ଡଲାର (ପାଖାପାଖି ୨୨୦୦ କୋଟି ଟଙ୍କା) ଲାଞ୍ଚ ଦେଇଥିବା ଅଭିଯୋଗରେ ବ୍ୟବସାୟୀ ଗୌତମ ଆଦାନିଙ୍କ ବିରୋଧରେ ଆମେରିକାର ଏକ ଅଦାଲତ ମାମଲା ରୁଜୁ କରିଛି।
ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ଓ ଅନ୍ୟ ୭ ଜଣଙ୍କ ବିରୋଧରେ ଆମେରିକାରେ ଗିରଫ ପରୱାନା ଜାରି ହୋଇଛି। ସେହିପରି ଆମେରିକାର ଏକାଧିକ ନିବେଶକ ଓ ବ୍ୟାଙ୍କ ଠାରୁ ମଧ୍ୟ ଠକେଇ କରିଥିବା ଅଭିଯୋଗ ହୋଇଛି।
Powered by Froala Editor