ଯଦି ଆପ୍ ସରକାର ଗଢେ , ପଞ୍ଜାବବାସୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବ : କେଜ୍ରିୱାଲ

ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଆଖି ଆଗରେ ରଖି ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଯଦି ୨୦୨୨ନିର୍ବାଚନ ଜିତି ଆପ ସରକାର ଗଢେ ତେବେ ପଞ୍ଜାବବାସୀଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
ଟୁଇଟରେ ସେ ଲେଖିଛନ୍ତି ଯେ, ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ମହିଳାମାନଙ୍କୁ ଘର ଚଳାଇବା ପାଇଁ ଅନେକ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ୁଛି। ସେମାନଙ୍କ କଷ୍ଟକୁ ମାଗଣା ବିଜୁଳି ସେବା ନିଶ୍ଚିତ ଭାବେ ଲାଘବ କରିବ। ଘର ଚଳାଇବା ସେମାନଙ୍କ ପକ୍ଷେ ସହଜ ହୋଇଯିବ। ଦିଲ୍ଲୀରେ ଆମେ ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇ ଦେଉଛୁ । ମହିଳାମାନେ ବହୁତ ଖୁସି ଅଛନ୍ତି । ପଞ୍ଜାବର ମହିଳାମାନେ ଏନେଇ ଅତ୍ୟନ୍ତ ଅସନ୍ତୁଷ୍ଟ। ପଞ୍ଜାବରେ ଆପ ସରକାର ଗଢିଲେ ମାଗଣା ବିଦ୍ୟୁତ୍ ଯୋଗାଇ ଦେବ ବୋଲି ସେ ଲେଖିଛନ୍ତି ।
ଅନ୍ୟପକ୍ଷରେ ଆସନ୍ତା ନିର୍ବାଚନରେ ଦଳର ମୁଖ୍ୟମନ୍ତ୍ରୀ କିଏ ହେବେ ବୋଲି ପଚରାଯାଇଥିବା ବେଳେ ଶ୍ରୀ କେଜ୍ରିୱାଲ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଦଳରେ ଆଲୋଚନା ଚାଲିଛି, ସମୟ ଆସିଲେ ଆପଣଙ୍କୁ ସୂଚନା ଦିଆଯିବ।
Powered by Froala Editor