ମିଥୁନ ଦାଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ମିଳିବ। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏନେଇ ସୋସିଆଲ ମିଡିଆ 'ଏକ୍ସ'ରେ କରି ସୂଚନା ଦେଇଛନ୍ତି। ଆଗାମୀ ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ପ୍ରଦାନ କରାଯିବ। ଭାରତୀୟ ସିନେମାରେ ଶ୍ରେଷ୍ଠ ଅବଦାନ ପାଇଁ ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଆଓ୍ୱାର୍ଡ।
ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ ତାଙ୍କର ୪୮ ବର୍ଷର କ୍ୟାରିୟର୍ରେ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ସେ ହିନ୍ଦୀ, ବଙ୍ଗାଳୀ, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ ମଧ୍ୟ କହିଛନ୍ତି। ମିଥୁନ ୧୯୭୬ରେ ଏକ ଫିଲ୍ମରେ ଛୋଟ ଭୂମିକାରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରଟି ଥିଲା 'ଦୋ ଅନଞ୍ଜାନେ'। ତା’ପରେ ସେ ୧୯୭୭ରେ ଫିଲ୍ମରେ ଲିଡ୍ ଅଭିନୟ କରିବାରେ ସୁଯୋଗ ପାଇଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା 'ମୃଗୟା'। ଏହି ଫିଲ୍ମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।
୧୯୮୨ ମସିହାରେ ତାଙ୍କର ଚଳଚ୍ଚିତ୍ର 'ଡିସ୍କୋ ଡାନ୍ସର୍' ମୁକ୍ତିଲାଭ କରିଥିଲା, ଯାହା ପରେ ସେ ଲାଇମ୍ ଲାଇଟ୍କୁ ଆସିଥିଲେ। ସେ ଏବେବି ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି।
Powered by Froala Editor