କେବେ ଆସିବ ‘ସୁଭଦ୍ରା’ ଟଙ୍କା, କଣ କହିଲେ ଉପମୁଖ୍ୟମନ୍ତ୍ରୀ
ଅକ୍ଟୋବର ୯ ତାରିଖରେ ମହିଳାଙ୍କ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ଘୋଷଣା କରିଛନ୍ତି।
ଦଶହରାରେ ଏହି ଟଙ୍କା ମିଳିବ। ବାରିପଦାରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅନୁଯାୟୀ, ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ଦିଆଯିବ। ୭ ତାରିଖ ସୁଦ୍ଧା ପଞ୍ଜିକରଣ କରିଥିବା ମହିଳାଙ୍କ ଟଙ୍କା ମିଳିବ।
ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୭ ଲକ୍ଷ ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି। ଗତ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିଥିଲା। ମାର୍ଚ୍ଚ ୮ ତାରିଖ ପୂର୍ବରୁ ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଟଙ୍କା ମିଳିବ।
Powered by Froala Editor