କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ
ଭୁବନେଶ୍ୱର:କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି ହୋଇଛି । ବିଜେଡି ବିଧାୟକ କଳିଙ୍ଗ ପୁରସ୍କାରକୁ ଓଡ଼ିଆ ଅସ୍ମି୍ତା ସହ ଯୋଡ଼ିଛନ୍ତି । କେନ୍ଦ୍ର ସରକାର କାହିଁକି ଏହି ପୁରସ୍କାରକୁ ବନ୍ଦ କଲେ ବୋଲି ଆଜି ବିଧାନସଭାରେ ୨ ଜଣ ବିଜେଡି ବିଧାୟକ ପ୍ରଶ୍ନ କରିଛନ୍ତି । ତେବେ ନିଜ ପୁରସ୍କାର କଥା ଚିନ୍ତା କରନ୍ତୁ ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି । ଓଡ଼ିଶାରେ ଅନେକ ଦିନରୁ ଅନେକ ପୁରସ୍କାର ଦିଆଯାଇନଥିବା ଶ୍ରୀ ତ୍ରୀପାଠୀ କହିଛନ୍ତି । ୨୦୧୭ରୁ ସାହିତ୍ୟ ଏକାଡେମୀ ପୁରସ୍କାର ଦିଆ ଯାଇନାହିଁ । ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଦୁଇ ବର୍ଷ ହେଲାଣି ଦିଆ ଯାଇନାହିଁ । ଫିଲ୍ମ ଆୱାର୍ଡ଼, ଫକୀର ମୋହନ ଆୱାର୍ଡ଼, ମନୋଜ ଦାସ ଆୱାର୍ଡ ବି ବନ୍ଦ ଅଛି । ଏହା କ’ଣ ଓଡ଼ିଆ ଅସ୍ମିତା ନଥିଲା କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।
Powered by Froala Editor