ଗର୍ଭାବସ୍ଥାରେ ନିହାତି ଖାଇବା ତୁଳସୀ
ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହା ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳେ। ସାଧାରଣତଃ ଆମେ ଥଣ୍ଡା ଓ କାଶ ହେଲେ ତୁଳସୀ ପତ୍ର ଖାଇଥାଉ। ତେବେ ଗର୍ଭାବସ୍ଥାରେ ତୁଳସୀ ନିହାତି ଖାଇବା କଥା ବୋଲି କୁହାଯାଏ। ଏହା ଦ୍ୱାରା ଶରୀର ସୁସ୍ଥ ରହେ ଓ ବିଭିନ୍ନ ପ୍ରକାର ସଂକ୍ରମଣରୁ ସୁରକ୍ଷା ମିଳେ। ତୁଳସୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ତୁଳସୀ ଖାଇଲେ ଆଉ କ’ଣ ସବୁ ଲାଭ ମିଳିଥାଏ।
୧- ତୁଳସୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଭାଇରାଲ୍ ଓ ଆଣ୍ଟି-ଫଙ୍ଗଲ୍ ଗୁଣ ରହିଛି। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ଥିବାରୁ ଉଭୟ ମାଆ ଓ ଗର୍ଭରେ ଥିବା ଶିଶୁକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା ମିଳିଥାଏ।
୨- ସେହିପରି ତୁଳସୀ ପତ୍ରରେ ‘ଭିଟାମିନ୍ ଏ’ ରହିଛି, ଯାହା ଗର୍ଭରେ ଥିବା ଶିଶୁର ବିକାଶ ପାଇଁ ଜରୁରୀ।
୩- ପ୍ରତିଦିନ ଦୁଇଟି ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ହ୍ରାସ ହୋଇ ନ ଥାଏ।
୪- ଗର୍ଭାବସ୍ଥାରେ ଅନେକ ମହିଳା ଏନିମିୟାର ଶିକାର ହୋଇଥାନ୍ତି। ତେଣୁ ଏହି ମହିଳାମାନେ ପ୍ରତିଦିନ ଦୁଇଟି ତୁଳସୀ ପତ୍ର ଖାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।
Powered by Froala Editor