ପୁରୁଷ କିଭଳି ବାଛିବେ ନିଜ ଜୀବନ ସାଥି, ଜାଣନ୍ତୁ ଏହି ୫ଟି କଥା
![ପୁରୁଷ କିଭଳି ବାଛିବେ ନିଜ ଜୀବନ ସାଥି, ଜାଣନ୍ତୁ ଏହି ୫ଟି କଥା](https://odishanewslens.com/news_gallery/3146_1624593367.jpg)
ଚାଣକ୍ୟଙ୍କ ନୀତି ଜୀବନକୁ ସରଳ ଓ ସହଜ କରିଥାଏ । ଜୀବନସାଥି ଚୟନ ନେଇ ମଧ୍ୟ ଚାଣକ୍ୟ ପରାମର୍ଶ ଦେଇଛନ୍ତି । ୧- ଶାରୀରିକ ଗୁଣ: ଚାଣକ୍ୟ କୁହନ୍ତି କେବେବି ଶାରୀରିକ ଆକର୍ଷଣ ହେବା ଉଚିତ୍ ନୁହେଁ । ପ୍ରାୟତଃ ପୁଅମାନେ ମହିଳାଙ୍କ ସୌନ୍ଦର୍ଯ୍ୟକୁ ଦେଖିଥାନ୍ତି ଓ ଗୁଣକୁ ଅଣଦେଖା କରିଥାନ୍ତି । ଯେଉଁମାନେ ଏଭଳି କରନ୍ତି ସେମାନେ ବୈବାହିକ ଜୀବନରେ ସର୍ବଦା ଦୁଃଖ ପାଇଥାନ୍ତି । ୨- ସମ୍ଭ୍ରାନ୍ତ ପରିବାର ଝିଅଙ୍କୁ ବିବାହ କର: ଚାଣକ୍ୟ ନୀତି ଅନୁସାରେ ସମ୍ଭ୍ରାନ୍ତ ପରିବାରର ଝିଅକୁ ବିବାହ କରିବା ଉଚିତ୍ । ନିମ୍ନ ଜାତିର ଝିଅଙ୍କ ସୌନ୍ଦର୍ଯ୍ୟ ଦେଖି ଗୁଣକୁ ବାଦ୍ ଦେଇ ବିବାହ କରିବା ଉଚିତ୍ ନୁହେଁ । ୩- ଧୈର୍ଯ୍ୟବାନ : ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ଧୈର୍ଯ୍ୟବାନ, ସେ ସବୁପ୍ରକାର ପରିସ୍ଥିତିକୁ ସମ୍ଭାଳି ପାରିବେ । ଏଣୁ ସର୍ବଦା ଧୈର୍ଯ୍ୟବାନ ଝିଅଙ୍କୁ ବିବାହ ପାଇଁ ବାଛନ୍ତୁ । ୪- ପ୍ରକୃତି ପରଖି ନିଅନ୍ତୁ: ଚାଣକ୍ୟଙ୍କ ନୀତି ଅନୁଯାୟୀ, ଜଣେ ନିଜ ପାଇଁ ରାଗି ସ୍ୱଭାବର ଝିଅ ବାଛନ୍ତୁ ନାହିଁ । କାରଣ କ୍ରୋଧିତ ଲୋକମାନେ ସେମାନଙ୍କ ଆଖପାଖରେ ଥିବା ସୁଖକୁ ଅଣଦେଖା କରନ୍ତି । ରାଗି ଝିଅଙ୍କୁ ବିବାହ କଲେ ସୁଖୀ ଜୀବନ କଳ୍ପନା କରିବା ବୃଥା ଅଟେ । ସଫଳ ଦାମ୍ପତ୍ୟ ଜୀବନ ପାଇଁ ଜୀବନ ସାଥି ଶାନ୍ତ ସ୍ୱଭାବର ହେବା ଉଚିତ୍ ବୋଲି ସେ କହିଛନ୍ତି । ୫- ସଂସ୍କାର: ଚାଣକ୍ୟଙ୍କ ମତ ଅନୁସାରେ, ଜୀବନସାଥି ସଂସ୍କାରୀ ହେବା ଆବଶ୍ୟକ । ଏହା ଛଡା ଧର୍ମ ବିଷୟରେ ତାଙ୍କର ଜ୍ଞାନ ଥିବା ଜରୁରୀ ଅଟେ ।
Powered by Froala Editor