ଚିଲିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ
ସାଣ୍ଟିଆଗୋ: ଚିଲିରେ ଶୁକ୍ରବାର ସକାଳୁ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୩ରେ ମାପ କରାଯାଇଥିଲା। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଏହି ସୂଚନା ଦେଇଛି। ୟୁଏସ୍ଜିସ୍ କହିଛି, ଚିଲିର ଆଣ୍ଟୋଫାଗାସ୍ତାଠାରେ ଏହି ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ସାନ ପେଡ୍ରୋ ଦେ ଆଟାକାମା ସହରର ୪୧ କିଲୋମିଟର ଦକ୍ଷିଣ-ପୂର୍ବରେ ୧୨୮ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଘଟିଛି। ଭୂକମ୍ପ ପରେ ଲୋକମାନେ ଭୟଭୀତ ହୋଇଥିଲେ।
Powered by Froala Editor