ଇନଷ୍ଚାଗ୍ରାମରେ ଛାଡପତ୍ର ଦେଲେ ଦୁବାଇ ରାଜକୁମାରୀ
ଦୁବାଇର ପ୍ରଧାନମନ୍ତ୍ରୀଙ୍କ ଝିଅ ଶେଖ ମାହରା ବିନ୍ତ ମହମ୍ମଦ ବିନ୍ ରସିଦ ଅଲ ମକତୁମ ଇନଷ୍ଟାଗ୍ରାମରେ ନିଜ ସ୍ୱାମୀ ଶେଖ ମାନା ବିନ୍ ମହମ୍ମଦ ବିନ୍ ରସିଦ ବିନ୍ ମାନ ଅଲ ମକତୁରଙ୍କୁ ଛାଡପତ୍ର ଦେଇଥିବା ନେଇ ସୂଚନା ଦେଇଛନ୍ତି । କନ୍ୟା ସନ୍ତାନକୁ ଜନ୍ମ ଦେବାର ଦୁଇ ମାସ ପରେ ଶେଖ ମାହରା ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି।
ଶେଖ ମାହରା ଇନଷ୍ଟାଗ୍ରାମରେ ସ୍ୱାମୀ ଶେଖ ମନା ବିନ ମହମ୍ମଦ ବିନ ରସିଦ ବିନଙ୍କୁ ଛାଡ଼ପତ୍ର ଦେଇ କହିଛନ୍ତି, ‘ପ୍ରିୟ ସ୍ୱାମୀ, ଯେପରିକି ଆପଣ ଅନ୍ୟ ଲୋକଙ୍କ ସହିତ ବ୍ୟସ୍ତ ଥିବେ, ମୁଁ ଆପଣଙ୍କୁ ଛାଡ଼ପତ୍ର ଦେଉଛି। ନିଜର ଧ୍ୟାନ ରଖିବେ। ତୁମର ପୂର୍ବ ପତ୍ନୀ।’ ଶେଖ ମହାରାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଅନେକ ଲୋକ ରାଜକୁମାରୀଙ୍କୁ ପ୍ରଶଂସା କରୁଛନ୍ତି।
୧୯୯୪ରେ ଜନ୍ମିତ ଶେଖ ମାହରା ଗତ ବର୍ଷ ମେ’ ୨୭ତାରିଖରେ ଶେଖ ମନା ବିନଙ୍କୁ ବିବାହ କରିଥିଲେ। ବିବାହର ପାଞ୍ଚ ମାସ ପରେ ଗର୍ଭବତୀ ଥିବା ନେଇ ସାମାଜିକ ଗଣମାଧ୍ୟମରେ ସେ ସୂଚନା ଦେଇଥିଲେ। ଇନଷ୍ଟାଗ୍ରାମ ଷ୍ଟୋରିରେ ଅଲ୍ଟ୍ରାସାଉଣ୍ଡ ଫଟୋ ଶେୟାର କରି ସେ କହିଥିଲେ ‘କେବଳ ଆମେ ତିନି’।
କିନ୍ତୁ ଏବେ ଛାଡ଼ପତ୍ର ଘୋଷଣା ପରେ ଝିଅ ସହିତ ଫଟୋ ଶେୟାର କରି ସେ ଲେଖିଛନ୍ତି କେବଳ ଆମେ ଦୁଇ। ସେ ନିଜ ଝିଅର ନାଁ ହିନ୍ଦ ରଖିଛନ୍ତି।
Powered by Froala Editor