ବିବାଦ ପରେ ଡିଜିଟାଲ ଆଟେଣ୍ଡାନ୍ସ ୨ ମାସ ସ୍ଥଗିତ
ଉତ୍ତରପ୍ରଦେଶରେ ଡିଜିଟାଲ ଆଟେଣ୍ଡାନ୍ସକୁ ନେଇ ଉପୁଜିଥିବା ବିବାଦ ଚରମସୀମାରେ ପହଞ୍ôଚଛି । ଯାହାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୨ ମାସ ପର୍ଯ୍ୟନ୍ତ ଡିଜିଟାଲ ଆଟେଣ୍ଡାନ୍ସ ଉପରେ ରୋକ୍ ଲଗାଯାଇଛି । ଡିଜିଟାଲ ଆଟେଣ୍ଡାନ୍ସ ନିୟମକୁ ସରକାର ୨ ମାସ ପର୍ଯ୍ୟନ୍ତ ସ୍ଥିଗତ ରଖିବାକୁ କୁହାଯାଇଛି । ଏନେଇ ମଙ୍ଗଳବାର ମୁଖ୍ୟ ସଚିବ ମନୋଜ କୁମାରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ସଂଘ ସହ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
ଅପରପକ୍ଷରେ ଯୋଗୀ ସରକାର ଏହା ଆଶ୍ୱାସନା ଦେଇଛନ୍ତି ଯେ ଏକ ଏକ୍ସପର୍ଟ କମିଟି ଗଠନ ହେବ ଯିଏ ଦୁଇ ମାସ ପର୍ଯ୍ୟନ୍ତ ଶିକ୍ଷକଙ୍କ ସମସ୍ୟା ଉପରେ ବିଚାର କରିବେ । ଏହା ପରେ ସମସ୍ତଙ୍କ ହିତକୁ ଦୃଷ୍ଟିରେ ରଖି କୌଣସି ନିଷ୍ପତ୍ତି ନିଆଯିବ । ଏହା ସହ ଉକ୍ତ କମିଟି ୨ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦାଖଲ କରିବେ ।
ଜୁଲାଇ ୮କୁ ଯୋଗି ସରକାର ସମସ୍ତ ପ୍ରଥିମିକ ଶିକ୍ଷକଙ୍କ ପାଇଁ ଡିଜିଟାଲ ଆଟେଣ୍ଡାନ୍ସ ଲାଗୁ କରିଥିଲେ । ଏହା ପରେ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ବିରୋଧ ଦେଖାଦେଇଥିଲା । ସରକାରଙ୍କ ତରଫରୁ ଏହାର ସମଧାନ ନ ହେବାରୁ ରାମପୁର ଅଞ୍ଚଳର ୩୭୫ ଜଣ ଶିକ୍ଷକ ତ୍ୟାଗପତ୍ର ଦେବାପାଇଁ ପ୍ରସ୍ତୁତ ହୋଇଥିଲେ ।
Powered by Froala Editor