ବାହାଘର ମଣ୍ଡପ ପାଲଟିଲା ସୁଇମିଂ ପୁଲ୍ : ଅଣ୍ଟାଏ ପାଣିରେ ବି ଖାଦ୍ୟ ଛାଡିଲେନି ଲୋକମାନେ
ବିହାରର ଛପରା ଜିଲ୍ଲାରୁ ଅଜବ ଭିଡିଓ ସାମନାକୁ ଆସିଛି । ବାହାଘରରେ ଅଣ୍ଟାଏ ପାଣିରେ ପଶି ଲୋକମାନେ ଭୋଜି ଖାଉଥିବାର ଭିଡିଓ ଭାଇରାଲ ହେଉଛି । ଲୋକମାନଙ୍କ ଛଡା ଖୋଦ୍ ବର ବି ଭୋଜି ଖାଇବାକୁ ପାଣି ଭିତରେ ଡେଇଁପଡିଛି । ଯାହାକୁ ଦେଖିଲେ ଆପଣ ନହସି ରହିପାରିବେନି । ଏହି ଭିଡିଓ @ChapraZila ନାମକ ଏକ ଟୁଇଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି।
ବିହାରର ଛପରା ଜିଲ୍ଲାରେ ଏକ ବିବାହ ସମୟରେ ହଠାତ୍ ବର୍ଷା ଆରମ୍ଭ ହୋଇଯାଇଥିଲା । ବର୍ଷା ଏତେ ପ୍ରବଳ ଥିଲା ଯେ ବିବାହ ହଲ୍ରେ ଅଣ୍ଟାଏ ପାଣି ଜମା ହୋଇ ଯାଇଥିଲା। ମଣ୍ଡପରେ ବର୍ଷା ପାଣି ଜମା ହୋଇ ଏକ ସୁଇମିଂ ପୁଲ ପରି ହୋଇ ଯାଇଥିଲା। ଲୋକମାନେ ମହିଳା ଏବଂ ଶିଶୁମାନଙ୍କୁ କାନ୍ଧରେ ବୋହି ଡାଇନିଂ ଲାଇନକୁ ନେଇ ଯାଇଥିଲେ। ବରଯାତ୍ରୀଙ୍କୁ ଛାଡ ଖୋଦ୍ ବର ମଧ୍ୟ ଅଣ୍ଟାଏ ଗଭୀର ପାଣିରେ ବୁଲି ବୁଲି ଖାଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ୪ଲକ୍ଷରୁ ଅଧିକ ୟୁଜର ଦେଖି ସାରିଲେଣି ଏବଂ ଅନେକ ଲୋକ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।
Powered by Froala Editor