୪୦ ଦିନ ମଧ୍ୟରେ ୭ ଥର କାମୁଡୁଛି ସାପ
ଉତ୍ତର ପ୍ରଦେଶର ଫତେପୁରରେ ଜଣେ ଯୁବକଙ୍କୁ ପ୍ରତି ଶନିବାର ସାପ କାମୁଡ଼ୁଥିବା ଅଭିଯୋଗ ହୋଇଛି। ଫତେପୁରରେ ବିକାଶ ଦୁବେ(୨୪) ନାମକ ଜଣେ ଯୁବକଙ୍କୁ ୪୦ ଦିନ ମଧ୍ୟରେ ୭ ଥର ସାପ କାମୁଡ଼ିଛି। ତାଙ୍କର ଏହି ଅଭିଯୋଗ ଉପରେ ତଦନ୍ତ କରିବାକୁ ତିନି ଜଣ ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଫତେପୁର ଡାକ୍ତରଖାନାର ମୁଖ୍ୟ ବା ସିଏମ୍ଓ ରାଜୀବ ନାରାୟଣ ଗିରି। ତେବେ ବାରମ୍ବାର ସାପ କାମୁଡ଼ୁଥିବାରୁ ଏହାର ଚିକିତ୍ସାରେ ସେ ଅତ୍ୟଧିକ ଅର୍ଥ ହରାଇ ସାରିଥିବା ବିକାଶ କହିଛନ୍ତି। ତେଣୁ ସେ ଶୁକ୍ରବାର ଜିଲା ପ୍ରଶାସନଠାରୁ ଆର୍ଥିକ ସହାୟତା ଲାଗି ଗୁହାରି କରିଛନ୍ତି।
ବିକାଶ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ବାରମ୍ବାର ସାପ କାମୁଡ଼ିବା ଯୋଗୁ ସେ ଚିକିତ୍ସା ପାଇଁ ଅନେକ ଅର୍ଥ ଖର୍ଚ୍ଚ କରିସାରିଥିବା କଥା କହିଥିଲେ। ସେଥିପାଇଁ ତାଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ସେ ଦାବି କରିଥିଲେ।
ଏହାସହ ନବମ ଥର ସର୍ପ ଦଂଶନର ଶିକାର ହେଲେ ତାଙ୍କର ମୃତ୍ୟୁ ଘଟିବ ବୋଲି ସେ ସ୍ବପ୍ନ ଦେଖିଥିବା ବିକାଶ ଭୟବୀତ ହୋଇ କହିଛନ୍ତି। ଘଟଣାକୁ ନେଇ ଫତେହପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ) ରାଜୀବ ନୟନ ଗିରି କହିଛନ୍ତି, ବିକାଶଙ୍କୁ ପ୍ରତ୍ୟକ ଶନିବାର ସାପ କାମୁଡ଼ୁଥିବାର ରିପୋର୍ଟ ମିଳିଛି। ସାପ କାମୁଡ଼ିବା ପରେ ସମସ୍ତ ଥର ସେ ସମାନ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି ହେବା ସହ ମାତ୍ର ଗୋଟିଏ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରୁଛନ୍ତି, ଯାହା ଏକ ଆଶ୍ଚର୍ଯ୍ୟକର ଘଟଣା।
Powered by Froala Editor