ଆଇନ ଅନୁସାରେ ଜହିରଙ୍କ ହାତଧରିଲେ ସୋନାକ୍ଷୀ, କିନ୍ତୁ କରିବେନି ଧର୍ମ ପରିବର୍ତ୍ତନ
ରେଜିଷ୍ଟ୍ରୀ ମ୍ୟାରେଜ କରିଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ଅଭିନେତା ଜହିର ଇକବାଲ । ଏହି ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିବାହ ପରେ ସୋନାକ୍ଷୀ ଇସ୍ଲାମ ଧର୍ମ ଗ୍ରହଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ଜହିରଙ୍କ ବାପା ଇକବାଲ ରତନସି ଏ ବିଷୟରେ ସ୍ପଷ୍ଟ କରିଛନ୍ତି ।
ଇକବାଲ ରତନସି ଗୁଜବକୁ ସେ ଖଣ୍ଡନ କରି କହିଛନ୍ତି ‘ଏହା ହିନ୍ଦୁ କିମ୍ବା ମୁସ୍ଲିମ ବିବାହ ହେବ ନାହିଁ, ବରଂ ରେଜିଷ୍ଟର ମ୍ୟାରେଜ୍ ହେବ । ବିବାହ ପରେ ସୋନାକ୍ଷୀ ଇସ୍ଲାମ ଧର୍ମ ଗ୍ରହଣ କରିବେ ନାହିଁ । ଏହା ଦୁଇଟି ହୃଦୟ ଓ ଧର୍ମର ମିଳନ । ମୁଁ ମାନବତାରେ ବିଶ୍ୱାସ କରେ । ହିନ୍ଦୁମାନେ ଈଶ୍ୱରଙ୍କୁ ଭଗବାନ ବୋଲି କହନ୍ତି ଏବଂ ମୁସ୍ଲମାନ ଆଲ୍ଲା କହନ୍ତି । କିନ୍ତୁ ସର୍ବଶେଷରେ ଆମେ ସମସ୍ତେ ମଣିଷ ।
ଏପରିକି କିଛି ଦିନ ତଳେ ଶତ୍ରୁଘ୍ନ ବିବାହରେ ଯୋଗ ଦେବା ବିଷୟରେ ଏକ ଗଣମାଧ୍ୟମ ସହ ଆଲୋଚନା କରିଥିଲେ । ସେ ସୋନାକ୍ଷୀଙ୍କ ବିବାହରେ ଯୋଗ ଦେବେନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହା ମିଛ ବୋଲି ଶତ୍ରୁଘ୍ନ କହିଥିଲେ । ଗୋଟିଏ ବୋଲି ଝିଅର ଜୀବନ କଥା । ତେଣୁ ତା’ ଜୀବନର ସବୁଠୁ ବଡ଼ ଦିନରେ ସେ ନିଶ୍ଚିତ ଭାବେ ଯୋଗ ଦେବେ ବୋଲି କହିଥିଲେ ।
ଗତ ଶୁକ୍ରବାର ମେହନ୍ଦୀ ବିଧି ପାଳିତ ହୋଇଥିଲା । ଏହି ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିଛି ଅତିଥିଙ୍କ ସହ ଉଭୟ ଜହିର-ସୋନାକ୍ଷୀ ପୋଜ୍ ଦେଇଛନ୍ତି ।
Powered by Froala Editor